ପୁରୀ : ଆଜି ରାଜାଧିରାଜଙ୍କ ସୁନାବେଶ । ତିନି ଠାକୁର ଆଜି ରଥ ଉପରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ବାହୁଡା ଏକାଦଶୀରେ ରଥ ଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ୨ ବର୍ଷ ପରେ ଚର୍ମଚକ୍ଷୁରେ ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ ହୋଇଥାଏ । ଆଶାଢ ଶୁକ୍ଳ ଏକାଦଶୀରେ ସିଂହଦ୍ୱାରରେ ରଖାଯାଇଥିବା ତିନି ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇଛି ମହାବାହୁଙ୍କ ଏହି ଦୁର୍ଲଭ ବେଶ । ଶ୍ରୀବିଗ୍ରହଙ୍କୁ ୧୩୮ ପ୍ରକାର ଅଳଙ୍କାର ଲାଗି କରାଯାଇଛି । ରାତି ୧୦ଟାରୁ ୧୧ଟା ମଧ୍ୟରେ ଠାକୁରଙ୍କ ବେଶ ଓଲାଗି ହେବ । ଦିବ୍ୟ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ । ରାତି ୧୧ ଟା ପର୍ୟ୍ୟନ୍ତ ହେବ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ।