25.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶଲୁଟି ନେଉଥିଲା ଟଙ୍କା : ପ୍ରେମିକ ଗିରଫ

ଲୁଟି ନେଉଥିଲା ଟଙ୍କା : ପ୍ରେମିକ ଗିରଫ

ନୂଆଦିଲ୍ଲୀ : କର୍ଣ୍ଣାଟକର  ବେଙ୍ଗାଲୁରୁରୁରେ  ଜଣେ ପ୍ରେମିକ ତାଙ୍କ  ପ୍ରେମିକାଙ୍କ ଠାରୁ  ୨.୫ କୋଟି ଟଙ୍କା ନେଇଥିଲା । ସୂଚନା ଅନୁସାରେ  ପ୍ରେମିକ ଜଣଙ୍କ  ପ୍ରେମିକାର ଅନ୍ତରଙ୍ଗ ଭିଡିଓ ରଖିଥିଲେ । ଭିଡିଓକୁ ନେଇ ପ୍ରମିକାକୁ ବ୍ଲାକମେଲ କରୁଥିଲେ ।  ଏମିତି ଅନେକ ମାସ ଧରି ଚାଲୁଥିଲା । ପ୍ରେମିକ ଜଣଙ୍କ କେବଳ ଟଙ୍କା ନେଉନଥିଲା । ଦାମୀ ଅଳଙ୍କାର ଠାରୁ ଦାମୀ ଘଣ୍ଟା  ଦେଉଥିଲେ ପ୍ରେମିକା ଜଣଙ୍କ । ଏହାପରେ ପ୍ରେମିକା ଜଣଙ୍କ ପୋଲିସରେ ଅଭିଯୋଗ କରିଛି . ଅଭିଯୋଗ ପରେ  ପୋଲିସ ପ୍ରେମିକକୁ ଗିରଫ କରିଛି । ପ୍ରେମିକାର ବୟସ ୨୦ ବର୍ଷ । ଉଭୟ କଲେଜରେ ପଢୁଥିଲେ । ସେହି ସମୟରେ ଯୁବକଙ୍କ ସହ ଦେଖା ହୋଇଥିଲା । ତାପରେ ପ୍ରେମ ସଂପର୍କ ବଢିଥିଲା । ଯୁବକ ଜଣଙ୍କ ଯୁବତୀକୁ ପ୍ରତିଶ୍ରୁତି ଦେଇଥିଲା ଯେ ଉଭୟ ବିବାହ କରି ଏକାଠି ରହିବେ । ଏକାଠି ବାହାରକୁ ଯାଇଥିଲେ । ସେଠାରେ ଅନ୍ତରଙ୍ଗ ଭିଡିଓ କରିଥିଲେ । ତାପରେ ଯୁବତୀଙ୍କୁ ବ୍ଲାକମେଲିଂ କରିଥିଲେ । ଯୁବକଙ୍କ ଭିଡିଓ ଅପଲୋଡ ଧମକରେ ଯୁବତୀ ଜଣଙ୍କ  ଭୟଭୀତ ହୋଇ  ଜେଜେମାଙ୍କ ଆକାଉଣ୍ଟରୁ ୧.୨୫ କୋଟି ଟଙ୍କା ନେଇ ଯୁବତୀ ଜଣଙ୍କ  ଯୁବକଙ୍କ ଆକାଉଣ୍ଟକୁ ପଠାଇଥିଲେ ।  ପୋଲିସ କହିଠି ଯେ ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking