30.1 C
Bhubaneswar
Monday, February 16, 2026
Homeଓଡିଶାଘରଭଡା ନାଁରେ  ଠକେଇ    

ଘରଭଡା ନାଁରେ  ଠକେଇ    

ଭୁବନେଶ୍ୱର : ରାଜଧାନୀରେ ବୁଲୁଛନ୍ତି ଦଲାଲ । ଘର ଭଡା ନାଁରେ ନେଇଗଲା ହଜାର ହଜାର ଟଙ୍କା । ନାଁ ଦେଲା ଘର ନାଁ  ଫେରାଇଲା ଟଙ୍କା ।  ଏଭଳି ଅଭିଯୋଗ ରାଜଧାନୀରୁ ଆସିଛି । ଇନ୍ଫୋସିଟି ଥାନାରେ ଏ ନେଇ ଅଭିଯୋଗ ପରେ ମଧ୍ୟ ନ୍ୟାୟ ଆଶାରେ ବାରଦୁଆର ବୁଲୁଛନ୍ତି ଡେଣ୍ଟିଷ୍ଟ ଜ୍ୟୋତିପ୍ରକାଶ ସାହୁ। ଜ୍ୟୋତିପ୍ରକାଶଙ୍କ ଘର ଯାଜପୁର ଜିଲ୍ଲାରେ। ଦିଲ୍ଲୀରେ ପାଠ ପଢା ଶେଷ କରିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ ପାଇଁ ଆସିଥିଲେ ଜ୍ୟୋତି । ଏଠାରେ ଘର ଭଡ଼ା ପାଇଁ ରାସ୍ତା କଡରେ ଲାଗିଥିବା ଏକ ଟୁଲେଟ ପୋଷ୍ଟରକୁ ଦେଖି ସେହି ନମ୍ବରରେ ଯୋଗାଯୋଗ କରିଥିଲେ ଜ୍ୟୋତିପ୍ରକାଶ। ସେହି ନମ୍ବରରେ କଲ କରିବା ପରେ ଦଲାଲ ସହ ନନ୍ଦନବିହାର ଯାଇ ଦୁଇ ମାସର ଅଗ୍ରୀମ ଦେଇଥିଲେ ଡେଣ୍ଟିଷ୍ଟ ଜଣଙ୍କ। ଏ ହେଉଛି ଫୋନ ପେ’ରେ ଟଙ୍କା ଦିଆଯାଇଥିବାର ପ୍ରମାଣ। ଆଉ ଏ ହେଉଛି ଘର ଦେଖାଇବା ପାଇଁ ପ୍ରୋସେସିଂ ଫି’ର ଦସ୍ତାବିଜ। ତେବେ ରାଜଧାନୀରେ କେମିତି ଯୁବକ ଜଣଙ୍କ ଠକେଇର ଶିକାର ହେଲେ ସେ ନେଇ କହିଛନ୍ତି ଠକେଇର ଶିକାର ଯୁବକ ଜଣଙ୍କ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking