17.7 C
Bhubaneswar
Friday, December 27, 2024
Homeଅପରାଧବନ୍ଧୁକ ମୁନରେ ଲୁଟିନେଲେ ୧ଲକ୍ଷ ୪୬ହଜାର

ବନ୍ଧୁକ ମୁନରେ ଲୁଟିନେଲେ ୧ଲକ୍ଷ ୪୬ହଜାର

ଖୋର୍ଦ୍ଧା : ବାଘମାରୀ ଥାନା ଅନ୍ତର୍ଗତ ସିମୋର-ବଡବେରଣା ରାସ୍ତା ମଝିରେ ଜଣେ ଯୁବକଙ୍କୁ କଳା ପଲସରରେ ଆସିଥିବା ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ୧ଲକ୍ଷ ୪୬ହଜାର ଲୁଟିନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, କଟକ ଜିଲା ବାଙ୍କି ବୈଦେଶ୍ୱରଥାନା ପୁଇଁଚା ପଞ୍ଚାୟତ କଢାମଲ ଗ୍ରାମର ଜିତେନ୍ଦ୍ର ଗୁରୁ ଆଜି ଖୋର୍ଦ୍ଧାର ଏକ ରାଷ୍ଟ୍ରାୟତ ବ୍ୟାଙ୍କରୁ ୧ଲକ୍ଷ ୨୦ହଜାର ଟଙ୍କା ଉଠାଇଥିବାବେଳେ ବାଘମାରୀ ବଜାରରେ ଥିବା ଏଟିଏମରୁ ୨୬ହଜାର ଟଙ୍କା କାଢିଥିଲେ । ଉକ୍ତ ଟଙ୍କାକୁ ବାଇକ ଡିକିରେ ରଖି ନିଜ ଗାଁ ଅଭିମୁଖେ ଯାଉଥିଲେ । ବାଘମାରୀ-କଂଟିଲୋ ଜାତୀୟ ରାଜପଥ ସିମୋର- ବଡବେରଣା ଗାଁ ମଝିରେ ପରିସ୍ରା ଲାଗିବାରୁ ବାଇକକୁ ରାସ୍ତା କଡରେ ରଖି ପରିସ୍ରା ଯାଇଥିବାବେଳେ କିଛି ଦୂରରୁ ଏକ ପଲସରରେ ପିଛା କରୁଥିବା ଦୁଇଜଣ ଯୁବକ ତାଙ୍କ ପଛପଟୁ ଆସି ବନ୍ଧୁକ ଦେଖାଇ ଗାଡିରେଥିବା ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହି ଟଙ୍କା ସେ ଘର ତିଆରି ଲାଗି ନେଉଥିବା କହିଥିବାବେଳେ ଖବର ପାଇ ପୁଲିସ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟ ହୋଇଥିବା ସ୍ଥାନରୁ ଅପରାଧି କେଉଁଆଡେ ଗଲେ ପୁଲିସ ସେ ନେଇ ତନାଘନା କରୁଥିବାବେଳେ ରିପୋର୍ଟ ଲେଖାହେବା ଯାଏଁ ଥାନାରେ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଅର୍ଚ୍ଚନା ମଲିକ ପ୍ରକାଶ କରିଛନ୍ତି । ତେବେ ଜିତେନ୍ଦ୍ରଙ୍କୁ ପୁଲିସ ଅଭିଯୋଗ କରିବାକୁ କହିଥିଲେହେଁ ସେ ପଛରେ କରିବି କହି ଚାଲିଯାଇଥିବା ଶ୍ରୀମତୀ ମଲିକ କହିଛନ୍ତି । ପୁଲିସ ନିଜଆଡୁ ତଦନ୍ତ କରୁଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking