16.1 C
Bhubaneswar
Thursday, January 16, 2025
Homeଓଡିଶାପୂର୍ବତନ ବିଧାୟକଙ୍କ ଠାରୁ ଲୁଟ

ପୂର୍ବତନ ବିଧାୟକଙ୍କ ଠାରୁ ଲୁଟ

ଭୁବନେଶ୍ୱର:ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି ଅପରାଧ । ଦୁଷ୍କର୍ମ ଠାରୁ ଆରମ୍ଭ କରି ଚୋରି ଡକାୟତି ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅପରାଧିକ କାର୍ଯ୍ୟକଳାପ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଛି । ଏଥିପାଇଁ ଯେତେ ପ୍ରକାର ପଦକ୍ଷେପ ନେଲେ ମଧ୍ୟ କିଛି କାମ ଦେଉନାହିଁ । ଦିନକୁ ଦିନ ଅପରାଧିଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଏହାରି ମଧ୍ୟରେ  ରାଇରଙ୍ଗପୁରର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଂସଦାଙ୍କ ଠାରୁ ଲୁଟ୍ ହୋଇଛି । ୩ ଜଣ ଦୁର୍ବୃତ୍ତ ମାଡ ମାରି ୮୦ ହଜାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ରାହ୍ମଣବସ ଗାଁ ନିକଟରେ ଲୁଟ ହୋଇଥିବା ବେଳେ ସୁଶୀଲଙ୍କୁ ବହଳଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ କେଉଁ ପରିସ୍ଥିତିରେ ଏପରି ଲୁଟ ହେଲା ତାହାର କୌଣସିୁ ସୂଚନା ମିଳିନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଜଣେ ପୂର୍ବତନ ବିଧାୟକ ଏତେ ପରିମାଣରେ ଗାଡିରେ ଟଙ୍କା ନେଇ ଯାଉଥିଲେ ବୋଲି ଅନ୍ୟ କୌଣସି ବ୍ୟକ୍ତି ଏନେଇ କିପରି ଭାବରେ ସୂଚନା ପାଇଲେ ତାହା ଜଣାପଡିନାହିଁ । ବିଧାୟକଙ୍କ ଗାଡିକୁ କୌଣସି ବ୍ୟକ୍ତି ଫଲୋ କରି ଏପରି କାଣ୍ଡ ଘଟାଇଥାଆନ୍ତି ବୋଲି କେହି କେହି କହୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking