27.1 C
Bhubaneswar
Friday, August 12, 2022
Homeଅପରାଧସିନେମା ଷ୍ଟାଇଲ ରେ ଅଢେ଼ଇ ଲକ୍ଷ ଲୁଟ

ସିନେମା ଷ୍ଟାଇଲ ରେ ଅଢେ଼ଇ ଲକ୍ଷ ଲୁଟ

ବଲାଙ୍ଗିର,-ବଲାଙ୍ଗିର ଆଇନ ବ୍ୟବସ୍ଥା ଠପ ମାରିଛି । ଖୋଲା ଖୋଲି ହେଉଛି ଲୁଟ ପାଟ ଆଉ ରାହାଜନୀ । ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି  ଗତକାଲି ସଂନ୍ଧ୍ୟାରେ । ବଲାଙ୍ଗୀର ସଦରଥାନା ଫୁଲଝରନ ଗାଁ ନିକଟରେ ପ୍ରଭୁଲାଲ ସାହୁ ନାମକ ଜଣେ ଚାଷୀଙ୍କଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଫଟକରା ଗାଁର ଚାଷୀ ପ୍ରଭୁଲାଲ ନିଜ ଧାନ ବିକ୍ରି ଟଙ୍କା ବ୍ୟାଙ୍କ କୁ ଜମା କରିବାକୁ ବଲାଙ୍ଗିର ଆସିଥିଲେ । ଏଡିବି ବ୍ୟାଙ୍କରେ ଟଙ୍କା ଜମା କରି ସେ ଘରକୁ ଫେରି ଯାଇ ଥାନ୍ତେ ।  କିନ୍ତୁ ବିଳମ୍ବ ହୋଇଯାଇଥିବାରୁ ଟଙ୍କା ଜମା ରଖିବାକୁ ବ୍ୟାଙ୍କ୍ ର କତୃପକ୍ଷ ମନା କରି ଦେଇ ଥିଲେ । ଯାହା ଫଳରେ ସେ ବାଧ୍ୟ ହୋଇ ସମସ୍ତ ଟଙ୍କା ଧରି ସେ ଘରକୁ ଫେରୁଥିଲେ ।
  ସେତେବେଳେ ତାଙ୍କ ସହ ହୋଇଥିଲା ଏହି ଅଘଟଣ, ସେଇଟା ପୁଣି ସିନେମା ଷ୍ଟାଇଲ ରେ । ଠିକ୍ ଫେରୁଥିବା ସମୟରେ ଫୁଲଝରଣ ଗାଁ ନିକଟରେ ରାସ୍ତା ଉପରେ କିଛି ଟଙ୍କା ପଡିଥିବା ଦେଖିବାକୁ ପାଇଥିଲେ ପ୍ରଭୁଲାଲ । ବାଇକ ଅଟକାଇ ପ୍ରଭୁଲାଲ ରାସ୍ତାରେ ପଡିଥିବା ୨୬୦ ଟଙ୍କା ଗୋଟାଇବା ସମୟରେ , ହଠାତ ପଛପଟୁ ପଲସର ବାଇକରେ ଦୁଇ ଜଣ ଆସି ଡିକି ଖୋଲି ଟଙ୍କା ଧରି ଚମ୍ପଟ ମାରିଥିଲେ ।  କିଛି ବୁଦ୍ଧି ବାଟ ନ ପାଇ ସାଙ୍ଗେ ସାଙ୍ଗେ ଯାଇ ପ୍ରଭୁଲାଲ ଟଙ୍କା ଲୁଟ ସଂର୍ପକରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏହି ଲୁଟ ରେ ଚାରି ଜଣ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଥିବାବେଳେ ସଦର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking