ଭୁବନେଶ୍ୱର: ଦେଖନ୍ତୁ ବିଜେଡି ଅବସ୍ଥା କଣ ହେଉଛି କହିଲେ ଦେବାଶିଷ ସାମନ୍ତରାୟ । ବିଜେପିରେ ସାମିଲ ହୋଇ ଭୁବନେଶ୍ୱର ଫେରି ଏପରି କହିଲେ ଦେବାଶିଷ । ବାହାଦୂରୀ ମାରୁନି, ମହାପ୍ରଭୁ ଆଶୀର୍ବାଦ କଲେ ପୁଣି ରାଜ୍ୟସଭା ଯିବି । ସୂଚନା ଥାଉକି, ମେ ୨୫ ତାରିଖରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିର ପ୍ରାଥମିକ ସଦସ୍ୟ ଦଳରୁ ଇସ୍ତଫା ଦେଇଥିଲେ । ପରେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧା କ୍ରିଷ୍ଣନଙ୍କୁ ଭେଟି ବିଜେଡି ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ତା ପରଦିନ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ମନମୋହନ ସାମଲ ଏବଂ ଅନେକ ବରିଷ୍ଠ ବିଜେପୀ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ । ଯାହା ଏବେ ବିଜେଡିକୁ ଏକ ଶକ୍ତ ଝଟକା ଲାଗିଛି ।










