33.1 C
Bhubaneswar
Friday, April 26, 2024
Homeଓଡିଶାଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ, ଧକ୍କା ଦେଇନି ପୁରୁଷୋତ୍ତମ ଏକ୍ସପ୍ରେସ

ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ, ଧକ୍କା ଦେଇନି ପୁରୁଷୋତ୍ତମ ଏକ୍ସପ୍ରେସ

ଭୁବନେଶ୍ୱର:  ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଆଜିକୁ ୧୨ଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏନେଇ ପୋଲିସ ତଦନ୍ତ ଜୋର ସୋରରେ କରୁଛି ।ତାଙ୍କ ମୃତ୍ୟୁ ମାମଲାକୁ ନେଇ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକ ପାଇଲଟଙ୍କ ବୟାନ ରେକର୍ଡ଼ କରାଯାଇଛି । ସମାଜସେନୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ । ଏହି ଟ୍ୱିଷ୍ଟ ଆଣିଛନ୍ତି ସେଦିନ ପୁରୁଶୋତ୍ତମ ଏକସ୍ପ୍ରେସ ଚଲାଉଥିବା ଡ୍ରାଇଭର । ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସ କାହାକୁ ଧକ୍କା ଦେଇନଥିବା ସେ ବୟାନ ଦେଇଛନ୍ତି । ରାତି ୮ଟା ୨୦ରେ ରେତଙ୍ଗ ଛାଡିଲି, ୮ଟା ୩୦ରୁ ୪୦ରେ ଭୁବନେଶ୍ୱର ପହଂଚିଥିବା ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ ବିଷ୍ଣୁ ଚରଣ ସେଠୀ ଏହା କହିଛନ୍ତି । ତା ଭିତରେ କୌଣସି ଠାରେ ଟ୍ରେନ କାହାକୁ ଧକ୍କା ଦେଇନି । କାହାକୁ ଧକ୍କା ଦେଇଥିଲେ ଆମେ ନିଶ୍ଚିତ ଜାଣିପାରିଥାନ୍ତୁ ଏବଂ ରିପୋର୍ଟ କରିଥାନ୍ତୁ ବୋଲି କହିଛନ୍ତି ଉକ୍ତ ଡ୍ରାଇଭର । ତେବେ ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କା ଦେଇଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା ।  ଏହାସହ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆଜି ଅନ୍ୟ ୨ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯିବ । ଅନ୍ୟପଟେ ପୂବରୁ ଆଦିତ୍ୟ ଷ୍ଟେସନକୁ ଚାଲି ଚାଲି ଯାଉଥିବାର ସିସିଟିଭି ଫୁଟେଜ ଜବତ କରିବା ସହ ଡାଏରୀରେ ଲେଖାଯାଇଥିବା ଡ଼େଥ ନୋଟକୁ ମଧ୍ୟ ଜବତ କରିଥିଲା ଜିଆରପି ପୋଲିସ । ଡାଏରୀରେ ଲେଖାଯାଇଥିବା ଡ଼େଥ ନୋଟ ତାଙ୍କ ହ୍ୟାଣ୍ଡରାଇଟିଂ କି ନାହିଁ ଜାଣିବା ପାଇଁ ତାହା ବ୍ୟୁରୋକୁ ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking