31.1 C
Bhubaneswar
Friday, March 29, 2024
Homeଓଡିଶାଦୈନିକ ୧୦ ହଜାର ଟେଷ୍ଟ

ଦୈନିକ ୧୦ ହଜାର ଟେଷ୍ଟ

ଭୁବନେଶ୍ୱର : ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ମୁକାବିଲା ପାଇଁ ଆଗାମୀ ୧୪ଦିନ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ମୁକାବିଲା ନେଇ ଟେଷ୍ଟିଂ, ଟ୍ରେସିଂ ଓ ଟ୍ୱିଟମେଣ୍ଟକୁ ଗୁରୁତ୍ୱ ଦିଆଯିବ । ଏନେଇ ଓଡ଼ିଶାକୁ ଆଉ ୨ଲକ୍ଷ ଆଣ୍ଟିଜେନ ଟେଷ୍ଟିଂ କିଟ୍ ଆସିବ । ଏହାସହ ଦିନକୁ ୧୦ହଜାର ନମୁନା ପରୀକ୍ଷା କରାଯିବ । ଆଣ୍ଟିଜେନ ୩ହଜାର ଓ ଆରଟିପିସିଆର ୭ହଜାର ହେବ । ୪ଜିଲ୍ଲା ସମେତ ରାଉରକେଲାରେ ଅଧିକ ପରୀକ୍ଷା କରାଯିବ । କାରଣ ଚିହ୍ନଟ ହେଉଥିବା ଆକ୍ରାନ୍ତ ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଏହି ୪ଟି ଜିଲ୍ଲା ସହ ରାଉରକେଲାର ୬୬ ପ୍ରତିଶତ ହୋଇଥିବା ସୂଚନା ରହିଛି । ତେଣୁ ୪ଜିଲ୍ଲାରେ ଅଧିକ ଟେଷ୍ଟିଂ ହେଲେ ପଜିଟିଭ ସଂଖ୍ୟା ନିୟନ୍ତ୍ରଣ ହୋଇପାରିବ । ଏଥିସହିତ ଏହି ସବୁ ଜିଲ୍ଲା ଉପରେ ସରକାର ଅଧିକ ନଜର ରଖିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking