33.3 C
Bhubaneswar
Sunday, May 18, 2025
Homeଓଡିଶାକାଲିଠାରୁ ଭଦ୍ରକ ଓ ଧାମନଗର ଲକଡାଉନ

କାଲିଠାରୁ ଭଦ୍ରକ ଓ ଧାମନଗର ଲକଡାଉନ

ଭଦ୍ରକ : ଆସନ୍ତାକାଲିଠାରୁ ଭଦ୍ରକ ଓ ଧାମନଗର ଲକଡାଉନ ରହିବ । ଭଦ୍ରକ ପୌରାଞ୍ଚଳ ଓ ଏନଏସିକୁ ଲକଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ହ୍ୟନ୍ତ ସପ୍ତାହର ୫ଦିନ ପାଇଁ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସି ଲକଡାଉନ ରହିବ । ଏଥିସହ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ କଟକଣା ଲାଗୁ ହେବ । ଲକଡାଉନ ସମୟରେ ସକାଳ ୫ଟାରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।
ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କିଛି ଦିନ ହେବ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସିରେ ମଧ୍ୟ ଲଗାତର ଭାବେ ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହିଭଳି ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ନିୟମକୁ ଲାଗୁ କରିଛନ୍ତ ବୋଲି ସୂଚନା ମିଳିଛି।


ଏବେ ରାଜ୍ୟରେ ମୋଟ ୧୭୪୩୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୮୧ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧୯୩୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking