24.1 C
Bhubaneswar
Thursday, January 9, 2025
Homeଓଡିଶାକରୋନା ସଚେତନତା: ବଦଳୁନାହାନ୍ତି ଅମାନିଆ

କରୋନା ସଚେତନତା: ବଦଳୁନାହାନ୍ତି ଅମାନିଆ

ଜଟଣୀ : ମହାମାରୀ କରୋନା ଜନିତ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କାହିଁ କେତେ ପ୍ରକାର ପଦକ୍ଷେପ ନିଆଯାଉଛି । ଏହାର ନିରାକରଣ ପାଇଁ କୌଣସି ଔଷଧ ବାହାରିନଥିବାରୁ ସରକାର କେବଳ ସତର୍କ ଓ ସଚେତନ ହେବାକୁ ବାରମ୍ବାର ଅନୁରୋଧ କରୁଛନ୍ତି । କଟକଣା ଭିତରକୁ ଆଣିବା ପାଇଁ ବହୁ ଅମାନିଆକୁ ସାବାଡ୍ କରିବାକୁ ପଡ଼ୁଛି । ଏଥିପାଇଁ ପୁଲିସ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଗିରହି ନାକେଦମ୍ ହେଲାଣି । ହେଲେ କିଛି ଅମାନିଆ ଏବେ ବି ଅଛନ୍ତି, ଯେଉଁମାନେ କଟକଣାକୁ ସାମାନ୍ୟତମ ମାନିବାକୁ ନାରାଜ । ଫଳରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍ ଡାଉନ୍ ଅବଧି ଶେଷ ହେବାକୁ ବସିଥିଲେ ହେଁ ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ପ୍ରକାଶ ପାଉଛି । ଯାହାକି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟୁଛି ।
ପ୍ରତ୍ୟେକ ଦିନ ଲୋକେ ବିନା ମାସ୍କରେ ବାହାରକୁ ବାହାରି ୨ଶହ ଲେଖାଏଁ ପଛେ ତଣ୍ଡ ଗଣୁଛନ୍ତି, ହେଲେ ସରକାରୀ ନିୟମକୁ ମାନି ମାସ୍କ ପିନ୍ଧି ବାହାରକୁ ବାହାରିବାକୁ କୁଣ୍ଠାବୋଧ କରୁଛନ୍ତି । ସରକାରଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ଗଳିକନ୍ଦିରେ ସଚେତନ କରାଯାଉଥିବାବେଳେ ଅନେକ ଅମାନିଆ ଏହାକୁ ବେଖାତିର କରି ଚାଲିଛନ୍ତି । ପ୍ରତ୍ୟେକ ଦିନ ୧୫ରୁ ୨୦ ଯୁବକ ଏକତ୍ରିତ ହୋଇ ସହର ଓ ଗ୍ରାମାଞ୍ଚଳରେ ଖେଳ ପଡ଼ିଆରେ କ୍ରିକେଟ୍ ଏବଂ ଫୁଟବଲ ମ୍ୟାଚର ଆୟୋଜନ କରୁଥିବା ବି ନଜରକୁ ଆସୁଛି । ପୁଲିସ ଗାଡ଼ିର ସାଇରନ୍ ଶଦ୍ଦ ଶୁଣିଲେ କିଛି ସମୟ ପାଇଁ ସେଠାରୁ ଅର୍ନ୍ତଧ୍ୟାନ ହୋଇ ପୁଣି ଏକାଠି ହେଉଛନ୍ତି । ସେହିପରି ଅସ୍ଥାୟୀ ପରିବା ଏବଂ ଆମିଷ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ପ୍ରତ୍ୟକ ଦିନ ଜଟଣୀ ବ୍ଲକର ୧୫ଟି ପଂଚାୟତର ଅଧିକାଂଶ ଗ୍ରାମରେ ଏହିଭଳି ଘଟଣା କ୍ରମାଗତଭାବେ ଘଟୁଥିବା ଅତିରିକ୍ତ ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେହିପରି ଜଟଣୀ ପୌରପରିଷଦ ଅଧୀନ ୨୩ଟି ୱାର୍ଡର କେତେକ ସାହି ବା ଗଳିରେ ଏଭଳି ଘଟଣା ଏବେ ମଧ୍ୟ ପ୍ରଶାସନର ନଜରକୁ ଆସୁଛି । ଏଥିରେ ସୁଧାର ନଆସିଲେ କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ମତପ୍ରକାଶ ପାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking