ନୂଆଦିଲ୍ଲୀ: କୁହାଯାଏ ଲିୟୁ ବୋୱେନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରାୟତଃ ଚୀନର ନୋଷ୍ଟ୍ରାଡାମସ୍ କୁହାଯାଏ । ‘The Ten Worries’ ନାମକ କବିତାରେ କୋଭିଡ କେବେ ଶେଷ ହେବ, ସେନେଇ ସେ ଭବିଷ୍ୟବାଣୀ କରିଥିଲେ । ଚୀନର ନୋଷ୍ଟ୍ରାଡାମସ୍ କୋଭିଡ୍ -୧୯ ର ସମାପ୍ତି ବିଷୟରେ ପୂର୍ବାନୁମାନ କରିସାରିଥିଲେ । ‘The Ten Worries’ କବିତାରେ ମୂଷା ଏବଂ ଘୁଷୁରୀ ଯୋଗୁଁ ଏକ ଭୟଙ୍କର ବିପର୍ଯ୍ୟୟ ଆସିବ ବୋଲି ପୂର୍ବାନୁମାନ କରାଯାଇଥିଲା । ଚୀନର ରାଶି ଅନୁଯାୟୀ, ଏହି ଭବିଷ୍ୟବାଣୀ କରୋନାଭାଇରସ୍ ମହାମାରୀର ଉତ୍ପତ୍ତି ସହିତ ମେଳ ଖାଉଛି, କାରଣ ଘୁଷୁରୀ ଓ ମୂଷାଙ୍କ ବର୍ଷ ୨୦୧୯ ଓ ୨୦୨୦ ଥିଲା ।