34.7 C
Bhubaneswar
Wednesday, April 22, 2026
Homeଦେଶ ବିଦେଶପାକିସ୍ତାନୀ ନାଗରିକ ଭାରତରେ ଚାକିରି କରିପାରିବେ କି?

ପାକିସ୍ତାନୀ ନାଗରିକ ଭାରତରେ ଚାକିରି କରିପାରିବେ କି?

ନୂଆଦିଲ୍ଲୀ: ଭାରତ ସମେତ ଅନେକ ଦେଶର ନାଗରିକ ଚାକିରି ପାଇଁ ଅନ୍ୟ ଦେଶକୁ ଯାଆନ୍ତି । ସେହିଭଳି ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଚାକିରି ପାଇଁ ଭାରତକୁ ଆସନ୍ତି। କିନ୍ତୁ ପ୍ରଶ୍ନ ହେଉଛି ପଡୋଶୀ ଦେଶ ପାକିସ୍ତାନର ନାଗରିକମାନେ ଭାରତରେ ଚାକିରି ପାଇପାରିବେ କି? ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । ବିଭିନ୍ନ ସମୟରେ ସୀମା ଉଲ୍ଲଘଂନକୁ ନେଇ ମତଭେଦ ବି ହେଉଛି। କେତେବେଳେ କୂଟନେତିକ ସମ୍ପର୍କ ହେଉ କିମ୍ବା ରାଜନୈତିକ ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି। କେବଳ ଏତିକି ନୁହେଁ, ପାକିସ୍ତାନୀ ନାଗରିକମାନେ ମଧ୍ୟ ଭାରତରେ ଅନେକ ଥର ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଛନ୍ତି। କରିଛନ୍ତି ମଧ୍ୟ । ସେବେଠାରୁ ପାକିସ୍ତାନୀ ନାଗରିକଙ୍କ ବିଷୟରେ ଭାରତ ସରକାର ସଜାଗ ରହିଛନ୍ତି।

ତେବେ ଭାରତରେ ପାକିସ୍ତାନୀ ନାଗରିକଙ୍କ ଚାକିରି କରିପାରିବେ କି? ପାକିସ୍ତାନୀ ନାଗରିକମାନେ ଭାରତରେ କାମ କରିପାରିବେ। କିନ୍ତୁ ଭାରତରେ ଥିବା କମ୍ପାନୀଗୁଡିକ ସୁରକ୍ଷା କାରଣରୁ ପାକିସ୍ତାନୀ ନାଗରିକଙ୍କୁ ନିଯୁକ୍ତି ଦିଅନ୍ତି ନାହିଁ। କାରଣ ପାକିସ୍ତାନୀ ନାଗରିକମାନଙ୍କୁ ଭାରତରେ କାମ କରିବା ପାଇଁ ସୁରକ୍ଷା ଯାଞ୍ଚର ଅନେକ ପର୍ଯ୍ୟାୟ ଅତିକ୍ରମ କରିବାକୁ ପଡିବ। ଭିସା ଆବଶ୍ୟକତା ବ୍ୟତୀତ ଏଥିପାଇଁ ଅନେକ ନିୟମ ବି ରହିଛି । ଯଦି ସେମାନେ ମାନଦଣ୍ଡ ପୂରଣ କରନ୍ତି, ତେବେ ସେମାନଙ୍କୁ ଏଠାରେ ଚାକିରି କରିବାକୁ ଅନୁମତି ଦିଆଯିବ । ଏଥିପାଇଁ ପାକିସ୍ତାନୀ ନାଗରିକଙ୍କୁ କିଛି ସର୍ତ୍ତ ମାନିବାକୁ ପଡିବ। ପାକିସ୍ତାନୀଙ୍କୁ ଭାରତ ଆସି ଚାକିରି କିମ୍ବା କାମ କରିବାକୁ ଅନେକ ସୁରକ୍ଷା ପର୍ଯ୍ୟାୟ ଦେଇ ଯିବାକୁ ପଡିବ। ଏହା ବ୍ୟତୀତ, ସେମାନଙ୍କର ଏକ ଭାରତୀୟ କମ୍ପାନୀ ଅର୍ଥାତ ନିଯୁକ୍ତିଦାତାଙ୍କ ଠାରୁ ଚାକିରି ଅଫର୍ ରହିବା ଉଚିତ। ନିଯୁକ୍ତିଦାତାଙ୍କୁ ମଧ୍ୟ ପ୍ରମାଣ କରିବାକୁ ପଡିବ ଯେ ଏହି ପଦବୀକୁ ଜଣେ ଭାରତୀୟ ନିଯୁକ୍ତିଦାତା ପୂରଣ କରିପାରିବେ ନାହିଁ ଏବଂ ଏହି ଚାକିରି ପାଇଁ ଜଣେ ପାକିସ୍ତାନୀ ନାଗରିକ ଆବଶ୍ୟକ। ଏହା ବ୍ୟତୀତ, ଆବେଦନକାରୀ ଯେଉଁ ଚାକିରି ପାଇଁ ଆବେଦନ କରୁଛନ୍ତି ସେହି ସମ୍ବନ୍ଧୀୟ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ରହିବା ଉଚିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking