ଭୁବନେଶ୍ୱର: ଅକୱାନ ପରବର୍ତ୍ତୀ ସ୍ଥିତି ନେଇ ଏସଆରସି ରାଜେଶ ପ୍ରଭାକର ପାଟିଲ ପ୍ରେସମିଟ କରି ସୂଚନା ଦେଇ କହିଛନ୍ତି, ଏବେ ଲଘୁଚାପରେ ପରିଣତ ହୋଇଛି ବାତ୍ୟା ଅକୱାନ । ବାତ୍ୟା ଅକୱାନ ପାଇଁ ଗଞ୍ଜାମ ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି । କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ତୁରନ୍ତ ରିଲିଫ ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଛି । ଭୂସ୍ଖଳନ ଆଶଙ୍କାରେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ବୁଝାମଣା କରାଯିବ । ଭୂସ୍ଖଳନ ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ଆଲୋଚନା କରାଯିବ ।










