27.1 C
Bhubaneswar
Thursday, April 25, 2024
Homeଅପରାଧମଦ ହେଲା କାଳ : ସାମାନ୍ୟ ବଚସାରୁ ଆକ୍ରମଣ, ବୃଦ୍ଧ ମୃତ

ମଦ ହେଲା କାଳ : ସାମାନ୍ୟ ବଚସାରୁ ଆକ୍ରମଣ, ବୃଦ୍ଧ ମୃତ

ରେଢ଼ାଖୋଲ : ମଦ ହେଲା କାଳ । ଅତ୍ୟଧିକ ମଦ୍ୟପାନ କରି ଦୁଇ ଜଣ ବୃଦ୍ଧ ସାମାନ୍ୟ କଥାରେ ପରସ୍ପରକୁ ଆକ୍ରମଣ କରିଛନ୍ତି । ଜଣେ ବୃଦ୍ଧଙ୍କ ଶାବଳ ଆକ୍ରମଣରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ରବିବାର ରାତି ପ୍ରାୟ ସାଢ଼େ ୧ଟାରେ ଘଟିଥିବାବେଳେ ପ୍ରଥମେ ଗୁରୁତର ବୃଦ୍ଧଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ନାକଟିଦେଉଳ ବ୍ଲକ ଗୋଗୁଆ ପଞ୍ଚାୟତ ମଙ୍ଗଳପୁର ଗ୍ରାମର ସ୍ୱର୍ଗତ ସୁକୁରା କୁଜୁରଙ୍କ ପୁଅ ଜେଣ୍ଡେରା କୁଜୁର(୬୦) । କିସିଣ୍ଡା ଥାନା ଅଧିକାରୀ ଚିତ୍ତ ରଞ୍ଜନ ନାୟକ ଓ ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍‌ର ବିଜୟ ଲକ୍ଷ୍ମୀ ତିର୍କୀ ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।  କିସିଣ୍ଡା ପୁଲିସ ସେହି ମଙ୍ଗଳପୁର ଗ୍ରାମର ଭୀମ ନାୟକ(୬୦)ଙ୍କୁ ଗିରଫ ସହ ଆକ୍ରମଣରେ ବ୍ୟବହୃତ ଶାବଳ ଜବତ କରିଛି ।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଅଭିଯୁକ୍ତ ଭୀମ ନାୟକ ଓ ଜେଣ୍ଡେରା କୁଜୁର ଅତ୍ୟଧିକ ମଦ୍ୟପାନ କରିଥିଲେ । କିଛି ସମୟ ଉଭୟ ଆଳାପ ଆଲୋଚନା କରିବା ପରେ ସାମାନ୍ୟ କଥାକୁ ନେଇ ଜେଣ୍ଡେରାଙ୍କ ଘରେ ବଚସା ହୋଇଥିଲା । କ୍ରମେ ଏହା ଗଣ୍ଡଗୋଳ ଓ ମାରପିଟର ରୂପ ନେଇଥିଲା । ଏଥିରେ ଭୀମ ଉତ୍‌କ୍ଷିପ୍ତ ହୋଇ ଏକ ଶାବଳରେ ଜେଣ୍ଡେରାଙ୍କ ମୁଣ୍ଡରେ ପ୍ରହାର କରିବାରୁ ଜେଣ୍ଡେରା କୁଜୁର ଗୁରୁତର ହୋଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରେ ୫ରୁ ୬ଘଣ୍ଟା ବ୍ୟବଧାନ ପରେ ରବିବାର ରାତି ପ୍ରାୟ ସାଢ଼େ ୧ଟାରେ ଜେଣ୍ଡେରାଙ୍କ ମୃତ୍ୟୁ ହୋଇଥିଲା ।

 
 
 
 
3 Attachments

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking