27.1 C
Bhubaneswar
Friday, March 29, 2024
Homeଅପରାଧଗ୍ରୀଣ୍ଡୋଲା ଜଙ୍ଗଲରେ ହତ୍ୟାକାଣ୍ଡ: ଜଣେ ଗିରଫ, ଟ୍ରଲର ଚୋରି କରିବା ପାଇଁ ହତ୍ୟା

ଗ୍ରୀଣ୍ଡୋଲା ଜଙ୍ଗଲରେ ହତ୍ୟାକାଣ୍ଡ: ଜଣେ ଗିରଫ, ଟ୍ରଲର ଚୋରି କରିବା ପାଇଁ ହତ୍ୟା

ଝାରସୁଗୁଡା : ଗ୍ରୀଣ୍ଡୋଲା ଜଙ୍ଗଲରେ ବେଲପାହଡ ଓ ସୁନ୍ଦରଗଡକୁ ସଂଯୋଗ କରିଥିବା ରାସ୍ତାରେ ଗତ ୧୬ ତାରିଖ ବିଳମ୍ବିତ ରାତିରେ ହୋଇଥିବା ହତ୍ୟାକାଣ୍ଡରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ବେଲପାହାଡ ଖଡିଆପଡା ଅଂଚଳର କଲ୍ଲୁ ଓରଫ ଏମ୍‌.ଡି ଇର୍ସାଦ କାଦିର(୧୯) ବୋଲି ପୁଲିସ ସୂଚନା ଦେଇଛି । ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅନ୍ୟ ଅଭିଯୁକ୍ତମାନେ ଏଯାଏଁ ଫେରାର ରହିଛନ୍ତି । ପୁଲିସ ସେମାନଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଛି । ଅନ୍ୟପଟେ ମୃତ ଟ୍ରଲର ଡ୍ରାଇଭର ମନୁ ସାହ(୧୯)ଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କର ମୃତଦେହକୁ  ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ପୁଲିସ ସୂଚନା ଦେଇଛି । ତେବେ ଏହି ହତ୍ୟାକାଣ୍ଡ ଟ୍ରଲର ଚୋରି କରି ବିକ୍ରି କରିବା ଉଦ୍ଦେଶ୍ୟରେ ହୋଇଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି ।
        ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ରାୟଗଡ ଠାରୁ କୋଲଡା ମାଇନ୍‌ସ ରାସ୍ତାରେ ବଏକଟପାଲି ଠାରେ ଏକ ଟାୟାର ଦୋକାନରେ କଲ୍ଲୁ କାମ କରୁଥିଲା । ସେଠାରେ ତାର ବିହାର ଅଞ୍ଚଳର କଛି ଡ୍ରାଇଭର ମାନଙ୍କ ସହ ପରିଚୟ ହେଇଥିଲା । ସେହି ଯୁବକମାନେ ଟ୍ରଲର୍ ଚୋରି କରିବାସହ ବିକ୍ରିକରି ଟଙ୍କା ରେଜଗାର କରିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ସେମାନେ ଟ୍ରଳର ଡ୍ରାଇଭର ମୋନୁ ସାହ ସହ ବନ୍ଧୁତା ସ୍ଥାପନ କରିଥିଲେ । ଏହାପରେ ଯୋଜନା ମୁତାବକ ଅଭିଯୁକ୍ତମାନେ ଗତ ୧୬ତାରିଖ ରାତି ପ୍ରାୟ ୧୦ ରୁ ୧୧ ସମୟରେ ବଏକଟପାଲିର ଟାୟର ଦୋକାନ ପାଖରେ ସମସ୍ତେ ଏକତ୍ରିତ ହୋଇ ମୋନୁ ସାହୁକୁ ଫୋନ୍ କରି ଡାକିବାପରେ ଯୋଜନା ମୁତାବକ କଲ୍ଲୁ ଓ ତାର ସହଯୋଗୀ ମୋନୁ ସାହର ଟ୍ରଲରରେ କିଛି ଦୁର ଯିବାର ବାହାନା କରି ଚଢିଲେ । କିଛି ବାଟ ଗଲାପରେ ସେମାନେ ପରିଶ୍ରା କରିବା ବାହାନାକରି ଟ୍ରଲର ଅଟକାଇବାକୁ କହି ଟ୍ରଲରରେ ଥିବା ଏକ ଲୁହାରେ ମୋନୁର ମୁଣ୍ଡରେ ପଛପଟୁ ପ୍ରାହାର କରିଥିଲେ । ଫଳରେ ମୋନୁ ଅଚେତ ହୋଇଯାଇଥିଲା । ଏହାପରେ ଅଭିଯୁକ୍ତମାନେ ମନୁର ହାତ ଗୋଡ ଓ ମୁହଁକୁ ବାନ୍ଧି ଦେଇ ବସୁନ୍ଧର ମାଇନ୍ସରୁ ହେମିଗିର୍ ରସ୍ତାଦେଇ ବେଲପାହାଡ ପଟକୁ ଟ୍ରଲର ନେଇ ଆସିଥିଲେ । ତେବେ ଟ୍ରଲର ଚୋରି କରିଲେ ମଧ୍ୟ ଡ୍ରାଇଭର୍ ମୋନୁକୁ  ଜୀବିତ ଛାଡିଦେଲେ ଘଟଣା ସଂପର୍କରେ ସମସ୍ତଙ୍କୁ କହିଦେବ ଓ ସେମାନେ ଧରାପଡି ଯିବେ ଭାବି ମୋନୁକୁ ବେଲପାହାଡ- ସୁନ୍ଦରଗଡ ରାସ୍ତା ଗ୍ରୀଣ୍ଡୋଲା ଜଙ୍ଗଲର ନିଛାଟିଆ ରାସ୍ତାରେ ମାଣିକେଶ୍ୱରୀ ମନ୍ଦିର ପାଖରେ ମୋନୁକୁ ଗାଡି ଉପରୁ ଠେଲି ତଲେ ପକେଇବା ସହ ତା’ ମୁଣ୍ଡରେ ଗାଡି ଚଢାଇ ହତ୍ୟା କରିଥିଲେ ।
ସୂଚନାଯୋଗ୍ୟ, ବେଲାପାହଡରୁ ସୁନ୍ଦରଗଡ ଯାଇଥବା ରାସ୍ତାରେ ଗ୍ରୀଣ୍ଡୋଲା ଜଙ୍ଗଲ ନିକଟରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତଦେହ ଗତ ୧୭ ତାରିଖରେ ପୁଲିସ ଉଦ୍ଧାର କରିଥିଲା । ମୃତକଙ୍କ ମୁହଁରେ ଗାଡି ଚଢାଇ ଦିଆଯାଇଥିବାରୁ ତାଙ୍କୁ ସେତେବେଳେ ଚିହ୍ନଟ କରାଯାଇ ପାରି ନଥିବାବେଳେ ଲଖନପୁର ପୁଲିସ  ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking