ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ମଗାଯିବା ଦ୍ୱନ୍ଦ ପ୍ରସଙ୍ଗ । ଏଫବିଆଇ ସହାୟତା ପାଇଁ ଏମ୍ଏଚଏକୁ ଚିଠି କରାଯାଉଥିବା କହିଲା କ୍ରାଇମବ୍ରାଞ୍ଚ । ରାଜ୍ୟ ଗୃହ ବିଭାଗ ଏନେଇ ଏମ୍ଏଏଚକୁ ଚିଠି ଲେଖିଥିବା କହିଲେ କ୍ରାଇମବ୍ରାଞ୍ଚ । ଫେବୃଆରୀ ୨୨ରେ ଚିଠି ନଂ ୧୮୭/ସି ରେ ଚିଠି ହୋଇଥିବା କହିଲା । ଚିଠି ସମ୍ପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବିସ୍ରୃତ ପ୍ରେସ ରିଲିଜ ଜାରି କରାଯାଇଛି । ଗୋପାଳର ପରିବାର ଲୋକ ତାର ମାନସିମ ସ୍ଥିତି ଠିକ ନଥିବା କହିଥିଲେ । ମେଡାକାଲ ଟିମ ଦ୍ୱାରା ଯାଞ୍ଚରୁ ସେ ମେଣ୍ଟାଲି ଫିଟ ଥିବା ଜଣାପଡିଥିଲା । ଅଧିକ ସ୍ପଷ୍ଟତା ପାଇଁ ସିଏଫଏସଏଲ,ଏସଏଫ୍ଆଇ,ଏସସିବି ସହ୍ରାୟତା ବି ନିଆଯାଇଥିଲା । ଅଧିକ ସ୍ପଷ୍ଟତା ପାଇଁ ଏଫବିଆଇ ଦ୍ୱାରା ଯାଞ୍ଚ ପାଇଁ ସ୍ଥିର କରାଯାଇଥିଲା । ନିୟମାନୁସାରେ କୌଣସି ରାଜ୍ୟ ସରକାର ସିଧା ଏଫବିଆଇକୁ କହିପାରିବେନି । ସୁତରାଂ ଏନେଇ କେନ୍ଦ୍ର ଗୃହ ମନ୍ତ୍ରଳୟକୁ ଜଣାଇଥିଲୁ ବୋଲି କହିଛି କ୍ରାଇମବ୍ରାଞ୍ଚ । ଫେବୃଆରୀ ୨୨ରେ କେନ୍ଦ୍ରକୁ ଏନେଇ ରାଜ୍ୟ ସରକାର ଚିଠି କରିଥିଲେ । ସୂଚନାଯୋଗ୍ୟ ଆମେ କିଛି ଚିଠି ପାଇନୁ ବୋଲି କହିଥିଲା ଗୃହ ମନ୍ତ୍ରଳୟ । ଓଡିଶା ସରକାରଙ୍କଠାରୁ କୌଣସି ଚିଠି ମିଳିନଥିବା କହିଛି ଗୃହମନ୍ତ୍ରାଳୟ । ଅ।।ଟିଆଇ ଆବେଦନ ଆଧାରରେ ଗୃହ ମନ୍ତ୍ରାଳୟ ଚିଠି ପାଇନଥିବା ଜଣାଇଥିଲେ ।