38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଶୁଭକାର୍ଯ୍ୟ ପୂର୍ବରୁ କାହିଁକି ଭଙ୍ଗାଯାଏ ନଡିଆ? ଜାଣନ୍ତୁ କାରଣ

ଶୁଭକାର୍ଯ୍ୟ ପୂର୍ବରୁ କାହିଁକି ଭଙ୍ଗାଯାଏ ନଡିଆ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ସମସ୍ତ ରୀତିନୀତି, ପୂଜାପର୍ବରେ ନଡ଼ିଆ ଖୋଜା ପଡ଼େ ।  ପ୍ରତ୍ୟେକ ଶୁଭକାମ ବିବାହ ବ୍ରତ, ଘର ପ୍ରତିଷ୍ଠା ବା ଗୃହ ପ୍ରବେଶ, ବ୍ୟବସାୟ  ଆରମ୍ଭ, ଯାହା ବି ହେଉ ନଡ଼ିଆ ଭାଙ୍ଗିବା ସହିତ ଏହା ଆରମ୍ଭ ହୁଏ । ତେବେ ଦେବ  କାମରେ ନଡ଼ିଆକୁ ଏତେ ପ୍ରାଧାନ୍ୟ ଦେବା ପଛରେ ରହିଛି ବିଶେଷ କାରଣ । ଏ  ସମ୍ପର୍କରେ ଆସନ୍ତୁ ଜାଣିବା…ନଡ଼ିଆ ଗଛ ଅତି ଉଚ୍ଚା ହୋଇଥିବାବେଳେ ନଡ଼ିଆ ଫଳ ବି  ସେହି ଉଚ୍ଚରେ ହିଁ ଫଳେ । ପୁଣି ନଡ଼ିଆର ବାହାର ଅଂଶ ଅତିଶକ୍ତ ।  ଏଣୁ କୌଣସି ଜୀବଜନ୍ତୁ,କୀଟପତଙ୍ଗ,ପକ୍ଷୀ ଏଥିରେ ମୁହଁ  ମାରିପାରନ୍ତି ନାହିଁ । ଏଣୁ ନଡ଼ିଆ ଫଳ  ଅନାୟାସରେ ଦେବ ଯୋଗ୍ୟ  ହୋଇପାରିଥାଏ ।

ନଡ଼ିଆ ପାଣିକୁ ଅତି  ପବିତ୍ର ମନେ କରାଯାଏ ।  ଏହାକୁ ପିଟି ଭାଙ୍ଗିବା ସହ  ନଡ଼ିଆ ପାଣି ଚାରିପଟକୁ  ଛିଞ୍ଚାଡ଼ି ହୋଇପଡ଼େ ।  ଯଦ୍ୱାରା ଦୁଷ୍ଟଶକ୍ତି  ସେହି ସ୍ଥଳରୁ ଦୂରେଇ  ଯାଇଥାନ୍ତି ବୋଲି ବିଶ୍ୱାସ  ରହିଛି । ଯେଉଁଥି ପାଇଁ  କୌଣସି କାର୍ଯ୍ୟ ଆରମ୍ଭରେ ନଡ଼ିଆ  ଭାଙ୍ଗିବାର ପରମ୍ପରା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking