21.1 C
Bhubaneswar
Thursday, January 23, 2025
Homeଓଡିଶାଜିଲ୍ଲାୱାରୀ ଖାଲି ପଦବୀ ତାଲିକା ଦେବାକୁ ସମସ୍ତ ଡିଇଓଙ୍କୁ ଚିଠି

ଜିଲ୍ଲାୱାରୀ ଖାଲି ପଦବୀ ତାଲିକା ଦେବାକୁ ସମସ୍ତ ଡିଇଓଙ୍କୁ ଚିଠି

ଭୁବନେଶ୍ୱର: ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ଖୁବ ଶୀଘ୍ର ପୂରଣ ହେବ । ତେବେ ରାଜ୍ୟର ଜିଲ୍ଲାୱାରୀ କେଉଁ ସ୍କୁଲରେ କେତେ ଶିକ୍ଷକ ପଦବୀ ଖାଲି ରହିଛି ତାହାର ଏକ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୨୦୨୨ ନଭେମ୍ବର ୨୩ତାରିଖ ପ୍ରକାଶିତ ବିଜ୍ଞାପନ ଅନୁସାରେ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାର ଚୟନ ଦାୟିତ୍ୱ ଓଏସ୍‌ଏସ୍‌ସିକୁ ଦିଆଯାଇଥିଲା ।

ଚୟନ ପ୍ରକ୍ରିୟା ଶେଷ ହେବା ପରେ ଚୂଡାନ୍ତ ମେଧା ତାଲିକାରେ ୭୫୪୦ଜଣଙ୍କୁ ମନୋନୀତ କରାଯାଇଥିଲା । ଏହି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ତେବେ ଜିଲ୍ଲା ୱାରୀ ଯେଉଁ ସ୍କୁଲରେ ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ସର୍ବାଧିକ ଛଶତ୍ରଛାତ୍ରୀ ରହିଥିବେ, ୫-ଟି ଉଚ୍ଚବିଦ୍ୟାଳୟ ହୋଇଥିବ, ଉନ୍ନିତ ଉଚ୍ଚ ବିଦ୍ୟାଳୟ ଗୁଡିକୁ ଅଗ୍ରାଧିକାର ଆଧାରରେ ନିଯୁକ୍ତି ଦିଆଯିବ । ନିଯୁକ୍ତି ସମୟରେ ମନୋନୀତ ଶିକ୍ଷକଙ୍କ ତାଲିକା କ୍ରମ ଅନୁସାରେ ନିଯୁକ୍ତି ଦିଆଯିବ । ସ୍କୁଲ ୱାରୀ ଖାଲି ପଦବୀ ଏବଂ କେଉଁ ବିଷୟରେ କେତେ ଶିକ୍ଷକ ଆବଶ୍ୟକ ତାହାର ରିର୍ପୋଟ ପ୍ରସ୍ତୁତ କରିବା ପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମୋଦନ ନେଇ ରିପୋର୍ଟକୁ ଆସନ୍ତା ମେ’ ୨୨ତାରିଖ ମଧ୍ୟରେ ନିର୍ଦ୍ଦେଶାଳୟକୁ ମେଲ୍‌ରେ ପଠାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking