29.1 C
Bhubaneswar
Thursday, May 2, 2024
Homeଜୀବନଶୈଳୀଆସନ୍ତୁ ଜାଣିବା ଗର୍ଭଧାରଣ ପାଇଁ ଉପଯୁକ୍ତ ସମୟ କେବେ...

ଆସନ୍ତୁ ଜାଣିବା ଗର୍ଭଧାରଣ ପାଇଁ ଉପଯୁକ୍ତ ସମୟ କେବେ…

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଗର୍ଭଧାରଣ ଏକ ସମସ୍ୟା ହୋଇ ଯାଇଛି। ଯାହା ପାଇଁ ଜନ୍ମ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି। ତେବେ ଦେଖିବାକୁ ଗଲେ ଜଣେ ମହିଳା ଏବଂ ଝିଅ ହିସାବରେ ଆପଣଙ୍କୁ ଜାଣି ରଖିବା ଦରକାର କେଉଁ ସମୟ ଆପଣଙ୍କ ପାଇଁ ଗୁରୁତ୍ବ ପୁର୍ଣ୍ଣ ଅଟେ। ଏବଂ କେଉଁ ସମୟରେ ଆପଣ ଆପଣଙ୍କର ପାର୍ଟନରଙ୍କ ସହ ସମ୍ପର୍କ ସ୍ଥାପନ କରିବା ଦ୍ବାରା କୌଣସି ସମସ୍ୟା ହୋଇ ନଥାଏ। କି ଆପଣ ଗର୍ଭବତୀ ହୋଇ ନଥାଆନ୍ତି। ତେବେ ଏହାକୁ ବୁଝିବା ପୂର୍ବରୁ ଆପଣଙ୍କୁ ଏହା ଜାଣି ରଖିବାକ ଦରକାର ମହିଳାଙ୍କ ମାସିକିଆ ୠତୁସ୍ରାବ କଣ?
ମୁଖ୍ୟତଃ ୠତୁ ସ୍ରାବ ହେଉଛି ଏକ ପ୍ରକ୍ରିୟା ଯାହା ଦ୍ବାରା ମହିଳା ମାନେ ମା ହୋଇ ପାରନ୍ତି ଏବଂ ଏହା ଆପଣଙ୍କୁ ଏକ ନାରୀର ପରିଚୟ ପ୍ରଦାନ କରିଥାଏ। ମୁଖ୍ୟତଃ ଝିଅ ମାନଙ୍କୁ ୧୩-୧୫ ବର୍ଷ ଭିତରେ ଏହା ପ୍ରାପ୍ତ ହୋଇଥାଏ। ଏହି ୠତୁ ସ୍ରାବ ପ୍ରତି ମାସରେ ହୋଇଥାଏ। ଏବଂ ଏହାର ସମୟ ଚକ୍ର ୭ ଦିନ ଧରି ଚାଲେ। କାହା କାହା କ୍ଷେତ୍ରରେ ଏହା ୭ ଦିନରୁ ଅଧିକ ମଧ୍ୟ ହୋଇଥାଏ। ଯଦି ଆପଣ ପିଲା ଆଶା କରୁଛନ୍ତି ତେବେ ଆପଣଙ୍କୁ ସଠିକ ସମୟ ମଧ୍ୟ ଜାଣି ରଖିବା ଦରକାର। କେଉଁ ସମୟରେ ଆପଣ ସମ୍ବନ୍ଧ ରଖିଲେ ଆପଣ ପିଲା ଆଶା କରିବେ ତାହା ମଧ୍ୟ ଜାଣିବା ଜରୁରୀ। ତେବେ ଏଥିପାଇଁ ଆପଣଙ୍କୁ ଏକ ଚାଟ ପ୍ରସ୍ତୁତ କରିବାକୁ ପଡିବ। ଆପଣଙ୍କର ୠତୁସ୍ରାବର ପ୍ରଥମ ଦିନରୁ ସାତ ଦିନ ପର୍ଯ୍ୟନ୍ତ ଆପଣ ଯଦି ଶାରୀରିକ ସମ୍ବନ୍ଧ ରଖନ୍ତି ତେବେ ଏହି ସମୟରେ ଛୁଆ ହେବା ସମ୍ପୁର୍ଣ୍ଣ ଭାବେ ଅସମ୍ଭବ। ତେବେ ଆପଣଙ୍କର ୠତୁ ସ୍ରାବର ଠିକ ୧୦ ଦିନରୁ ୧୮ ଦିନ ପର୍ଯ୍ୟନ୍ତ ହେଉଛି ଗର୍ଭଧାରଣ ପାଇଁ ସବୁ ଠାରୁ ଉପଯୁକ୍ତ ସମୟ। ଏହି ସମୟରେ ଆପଣ ଗର୍ଭଧାରଣ କରିବାକୁ ଯୋଜନା କରୁଥିଲେ ଏହା ସମ୍ଭବକର ହୋଇପାରେ।
ତେବେ ଏହାକୁ ଛାଡିଦେଲେ ୧୮ ଦିନରୁ ୨୪ ଦିନ ମଧ୍ୟରେ ଗର୍ଭଧାରଣ କରିବାର ସୁଯୋଗ ମଧ୍ୟ ରହିଥାଏ। କାରଣ ପୁରୁଷଙ୍କର ଶୁକ୍ରାଣୁ ମହିଳାଙ୍କ ଗର୍ଭରେ ୫ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ। ଆଉ ମହିଳାଙ୍କର ଗର୍ଭଧାରଣର ଉପଯୁକ୍ତ ସମୟ ହେଉଛି ୠତୁସ୍ରାବ ପ୍ରଥମ ଦିନ ଠାରୁ ଗଣିବାର ଠିକ ୧୪ତମ ଦିନ। ମୁଖ୍ୟତଃ ଆପଣ ଗର୍ଭଧାରଣ ରୋକିବା ପାଇଁ ଯଦି କୌଣସି ଗର୍ଭନିରୋଧକ ବ୍ୟବହାର କରୁଛନ୍ତି ତେବେ ଏହା ଶତ ପ୍ରତିଶତ ପ୍ରଭାବଶାଳୀ ନୁହେଁ। କିନ୍ତୁ ୠତୁସ୍ରାବ ଚକ୍ର ଉପରେ ଧ୍ୟାନ ଦେଇ ଆପଣ ଏହାକୁ ରୋକି ପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking