ନୂଆଦିଲ୍ଲୀ: ଆଇପିଏଲର ୧୪ ତମ ସିଜିନର ୧୫ତମ ମ୍ୟାଚ ବୁଧବାର ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗସର ସାମ୍ନା କୋଲକାତା ନାଇଟ ରାଇଡର୍ସ (କେକେଆର) ସହ ହେବ । ଲଗାତର ଦୁଇ ଥର ବିଜୟ ଲାଭ କରି ଉତ୍ସାହିତ ଥିବା ଚେନ୍ନାଇର ଟିମ କୋଲକାତା ବିପକ୍ଷରେ ନିଜ ବିଜୟ ଅଭିଯାନ ଜାରି ରଖିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।
ଗତବର୍ଷ ୟୁଏଇରେ ଖରାପ ପ୍ରଦର୍ଶନ ପରେ ସିଏସକେ ଚଳିତ ବର୍ଷ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ତା ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୭ ୱିକେଟରେ ହାରିଥିଲା । ହେଲେ ଏହାପରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଦଳ ଉନ୍ନତି କରିଛି । କ୍ୟ।।ପଟେନ କୁଲ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୁଳ ୱାଙ୍ଖଡେ ଷ୍ଟାଡିୟମରେ ନିଜର ସମସ୍ତ ଅଭିଜ୍ଞତାକୁ ଉପଯୋଗ କରିଥିଲେ ।
ଆଇପିଏଲ ରେକର୍ଡ କଥା ଯଦି କହିବା, ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଏପର୍ଯ୍ୟନ୍ତ(୨୦୦୮-୨୦୨୦) ୨୨ଟି ମୁକାବିଲା ହୋଇଛି । ଚେନ୍ନାଇ ୧୪ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ୮ଟି ମ୍ୟାଚରେ ସଫଳତା ଲାଭ କରିଛି । ଗତ ୫ଟି ମ୍ୟାଚରେ ବି ଚେନ୍ନାଇର ପଲା ଭାରି ଥିଲା ।
ଦୀପକ ଚହର ଉନ୍ନତ ଖେଳ ପ୍ରଦର୍ଶନ କରି ସିଏସକେ ପଂଜାବ କିଙ୍ଗସ ବିପକ୍ଷରେ ବିଜୟ ଲାଭ କରି ଚଳିତ ସିଜିନରେ ନିଜ ଖାତା ଖୋଲିଥିଲା ।