31.1 C
Bhubaneswar
Wednesday, May 8, 2024
Homeରଜ ସଂକ୍ରାନ୍ତି -୨୦୨୩ପହିଲି ରଜ, କୃଷି ଭିତ୍ତିକ ପର୍ବ ବିଷୟରେ ଜାଣନ୍ତୁ କିଛି ନିଆରା କଥା...

ପହିଲି ରଜ, କୃଷି ଭିତ୍ତିକ ପର୍ବ ବିଷୟରେ ଜାଣନ୍ତୁ କିଛି ନିଆରା କଥା…

ଭୁବନେଶ୍ୱର: ମାଟି ଓ ମୌସୁମୀର ମିଳନର ପର୍ବ ରଜ | ଆଜି ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇ ଉଠେ ସବୁଆଡେ । ବର୍ଷ ସାରା ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରୁଥିବା କୃଷକ (Farmer) ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଆଣି ଦେଇଥାଏ ଏହି ରଜ ପର୍ବ ।
ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ ମାଟି ଓ ମୌସୁମୀର ମିଳନର ପର୍ବ ରଜ ।
ରଜରେ ମୌସୁମୀ ବର୍ଷାର ପ୍ରଥମ ସ୍ପର୍ଶ ପାଏ ଧରିତ୍ରୀ ମାତା । ମାଟିର ଭୁରୁଭୁରୁ ଗନ୍ଧ ମହକେଇ ଦିଏ ଚତୁର୍ପାଶ୍ୱ । ଋତୁମତୀ ଧରାର ସଂକେତ ବହନ କରି ସମସ୍ତଙ୍କ ପାଇଁ ମହାନିୟା, ବନ୍ଦନୀୟା ହୁଏ ଧରିତ୍ରୀ ମାତା । ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ପାଞ୍ଚଦିନ ଚାଷୀ ପାଇଁ ବିଶ୍ରାମର ବେଳ । ଏହି ପର୍ବରେ ଝିଅ ମାନେ ଭୂଇଁରେ ଖାଲି ପାଦରେ ଚାଲିବା ମନା ହୋଇଥାଏ । ଏହି ପର୍ବରେ (Raja festival) ମାଟିକୁ କର୍ଷଣ କରିବାକୁ ମଧ୍ୟ ବାରଣ ହୋଇଥାଏ ।
ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା ।  ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି , ଫେରି ଆସିଥାନ୍ତି ଘରକୁ । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକକ ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ । ଖରାର ଦର୍ପ କମିଲା ପରେ ମୌସୁମୀର କଅଁଳଛୁଆଁ ଶିହିରିତ କରେ ମନ ପ୍ରାଣକୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking