30.1 C
Bhubaneswar
Wednesday, June 26, 2024
Homeଓଡିଶାଗୃହରେ ପୁଣି ଉଠିବ ଆଇନ ଶୃଙ୍ଖଳା ପରିସ୍ଥିତି:ନରସିଂହ ମିଶ୍ର

ଗୃହରେ ପୁଣି ଉଠିବ ଆଇନ ଶୃଙ୍ଖଳା ପରିସ୍ଥିତି:ନରସିଂହ ମିଶ୍ର

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର‌୍ୟ୍ୟାୟ ଆରମ୍ଭ ହେବ । ଆଉ ବିଧାନସଭାର ଦ୍ୱିତୀୟ ପର‌୍ୟ୍ୟାୟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ଉଠାଇ ପୁଣିଥରେ ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆସନ୍ତାକାଲି ବିଧାନସଭାରେ ପୁଣି ରାଜ୍ୟରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠିବ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ନିର‌୍ୟ୍ୟାସ ବାହାରି ପାରିନି । କାହିଁକି ହତ୍ୟାର ହେଲା ତାହା ଏଯାବତ ଜଣାପଡିନି । କ୍ରାଇମବ୍ରାଞ୍ଚ ଦୀର୍ଘ ଦିନ ହେବ ଏହି ମାମଲାର ତଦନ୍ତ କରୁଛି, ତ୍ରେୁ କ୍ରାଇମବ୍ରାଞ୍ଚ ସାମ୍ବାଦିକ ସମ୍ମିଳନୀ କରି ଆଗ ସତ କହୁ । ଯାହାଦ୍ୱାରା ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହେବ । ନବ ଦାସଙ୍କ ହତ୍ୟା ପଛରେ ଷଡଯନ୍ତ୍ର ରହିଥିବା ନେଇ ସ୍ୱୀକାର କରିଛନ୍ତି ସରକାର କିନ୍ତୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ପଦୁଟିଏ ମଧ୍ୟ କହିଲେ ନାହିଁ । ଷଡଯନ୍ତ୍ର ସମ୍ପର୍କରେ ତଦନ୍ତ ହେଉଛି କିନ୍ତୁ ଏହାକୁ ସରକାର ଲୁଚାଉଛନ୍ତି । ସେଥିପାଇଁ ଅନେକ ସନ୍ଦେହ ଉପୁଜୁଛି । କେବଳ ନବ ଦାସଙ୍କ ପ୍ରସଙ୍ଗ ନୁହେଁ ବରଂ ଗୃହରେ ଚାଷୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଥିବାରୁ ଏହାକୁ ନେଇ ମଧ୍ୟ ସ୍ୱର ଉଠାଇବ କଂଗ୍ରେସ । ଲଗାତାର ଗୃହରେ ଅସତ୍ୟ ପରିବେଷଣ କରୁଛନ୍ତି ସରକାର । ଏବେ ଯାଏଁ ପୁରୀରେ ନିଆଁକୁ କାବୁ କରାଯାଇ ପାରୁନାହିଁ । ବିଜ୍ଞାନ ଏତେ ଉନ୍ନତି କଲା ପରେ ବି ନିଆଁକୁ ଆୟତ୍ତ କରିବାରେ ଚ୍ୟାଲେଞ୍ଜ ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ଚରମ ଅବହେଳା ପାଇଁ ଏସବୁ ଦେଖିବାକୁ ମିଳିଲା । ଏହାବାଦ୍ ଗୃହରେ ଖଣି ଦୁର୍ନୀତି ଓ ଦରଦାମ ବୃଦ୍ଧି ସହ ବିଦ୍ୟୁତ କାଟ୍ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି କହିଛନ୍ତି ନରସିଂହ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking