ଭୁବନେଶ୍ୱର : ଟିକେଟ କଳାବଜାରୀ ନେଇ ବିଜେଡି ନେତା ପସନ୍ନ ଆଚାଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଟିକେଟ ଅନେକ ମାତ୍ରାରେ କଳାବଜାରୀ ହୋଇଛି । ଲୋକେ ବାହାରେ ଛିଡାହୋଇ ଅପେକ୍ଷାରେ ରହିଲେ । ପାଶ ବେଶୀ ହେବା ଦ୍ୱାରା ବିଭ୍ରାଟ ହୋଇଛି । ଅନ୍ୟପଟେ ବାରବାଟୀ ବିଭ୍ରାଟ ନେଇ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ନୈତିକତା ଦୃଷ୍ଟିରୁ କ୍ରୀଡା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଦଳ ଆହୁରି କହିଛି କ୍ରୀଡା ମନ୍ତ୍ରୀ ଓସିଏକୁ କଣ ଜବାବ ମାଗୁଛନ୍ତି । ଏହା ଲଜ୍ଜାଜନକ ଅଟେ । ଗତକାଲି କଟକ ବାରବାଟୀରେ ଇଂଲଣ୍ଡ ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ କଟିଯାଇଥିଲା । ଯାହା ଫଳରେ ଖେଳ କିଛି ସମୟ ପାଇଁ ଅଟକି ଯାଇଥିଲା । ଖେଳାଳୀଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ପ୍ରାୟ ଅଧ ଘଣ୍ଟାପରେ ବାରବାଟୀକୁ ଲାଇଟ ଆସିଥିଲା । ଏପଟେ ଏଭଳି କାହିଁକି ହେଲା ଓସିଏ କାରଣ ଦର୍ଶାଅ ବୋଲି କହିଛି ।