27.9 C
Bhubaneswar
Thursday, July 9, 2026
Homeଓଡିଶା୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଲା ବନ୍ୟାଜଳ

୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଲା ବନ୍ୟାଜଳ

ଭୁବନେଶ୍ୱର: ପର୍ଯ୍ୟାୟକ୍ରମେ ହୀରାକୁଦର ୧୦ଟି ଗେଟ୍‌ ଖୋଲିଲା । ଆଜି ସକାଳ ସାଢେ ୧୧ଟାରେ ବେଳେ ୪ଟି ଗେଟ ଖୋଲିଥିବା ବେଳେ ପରେ ପରେ ପର୍ଯ୍ୟାୟ କ୍ରମେ ମୋଟ୍‌ ୧୦ଟି ଗେଟ୍ ଖୋଲିଛି । ଏବେ ୧୦ଟି ଗେଟ୍‌ ଦେଇ ଜଳନିଷ୍କାସନ ହେଉଛି। ବାମ ପାର୍ଶ୍ୱର ୭ ଓ ଡାହାଣ ପାର୍ଶ୍ୱର ୩ଟି ଗେଟ୍‌ ଖୋଲାଅଛି। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୧୫.୩୩ ଫୁଟ ରହିଛି । ୧ ଲକ୍ଷ ୭୪ହଜାର ୧୮୧ କ୍ୟୁସେକ ଜଳ ଡ୍ୟାମକୁ ପ୍ରତି ସେକେଣ୍ଡ ପ୍ରବେଶ କରୁଛି। ଆଗାମୀ ୩୬ରୁ ୪୮ ଘଣ୍ଟାରେ ମହାନଦୀ ଜଳ କଟକ ମୁଣ୍ଡଳୀରେ ପହଂଚିବ। ମୁଣ୍ଡଳୀରେ ଏବେ ୨ ଲକ୍ଷ ୨୪ ହଜାର ଜଳ ପ୍ରବାହିତ ହେଉଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷା କିମ୍ବା ଲଘୁଚାପ ନାହିଁ। ତେଣୁ ବନ୍ୟା ହେବାର ସମ୍ଭବନା ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ଯନ୍ତ୍ରୀ କହିଛନ୍ତି, ଛତିଶଗଡ ସହ ଗତକାଲି ବୈଠକ CWCଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଛତିଶଗଡର ୮ ଷ୍ଟେସନରେ ଓଡ଼ିଶାର ୨୧ ଜଣ ଜଳ ସମ୍ପଦ ଅଧିକାରୀ ଅଛନ୍ତି। କଲମା ଗେଟ ଖୋଲାଯାଇଛି। ତେବେ ଏ ଯାଏଁ କୌଣସି ଅସୁବିଧା ହୋଇନି। କାରଣ ଜଳସ୍ତର କମ ଅଛି। ଛତିଶଗଡ଼ ବି ସହଯୋଗ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking