36.7 C
Bhubaneswar
Wednesday, June 17, 2026
Homeଦେଶ ବିଦେଶତାମିଲନାଡୁରେ ଭୁସ୍ଖଳନ : ମାଟି ତଳେ ଫସିିଛନ୍ତି ଦୁଇ ପରିବାର

ତାମିଲନାଡୁରେ ଭୁସ୍ଖଳନ : ମାଟି ତଳେ ଫସିିଛନ୍ତି ଦୁଇ ପରିବାର

ନୂଆଦିଲ୍ଲୀ : ବାତ୍ୟା ପେଙ୍ଗାଲ ପ୍ରଭାବରେ ରବିବାର ରାତିରେ ତାମିଲନାଡୁର  ତିରୁବନ୍ନାମଲ୍ଲାଇ ଜିିଲ୍ଲାରେ ଭୁସ୍ଖଳନ ହୋଇଛି ।  ଏହି ଭୁସ୍ଖଳନରେ  ଦୁଇ ପରିବାରର ୭ ଜଣ ମାଟି ତଳେ  ଦବି ରହିଥିବା ଆଶଙ୍କା କରାଯାଉଛି । ବାତ୍ୟା ପେଙ୍ଗାଲ ଯୋଗୁଁ  ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଏହି ଭୁସ୍ଖଳନ ଘଟିଛି । ଜିଲ୍ଲା କଲେକ୍ଟର ଡି ଭାସ୍କର ପାଣ୍ଡିଆନ୍ କହିଛନ୍ତି ଯେ ଘର ଭିତରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳିନାହିଁ। ରବିବାର ସନ୍ଧ୍ୟାରେ ତିରୁବନ୍ନାମଲାଇର ଅନ୍ନାମଲାଇୟାର ପାହାଡର ପାଦଦେଶରେ ଅବସ୍ଥିତ ବିଓସି ନାଗରରେ ଏକ ଭୂସ୍ଖଳନ ଘଟି ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୁଲିସ, ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking