34.5 C
Bhubaneswar
Monday, July 13, 2026
Homeଓଡିଶାନୌସେନା ଦିବସ ପାଇଁ ପ୍ରସ୍ତୁତି ଶେଷ

ନୌସେନା ଦିବସ ପାଇଁ ପ୍ରସ୍ତୁତି ଶେଷ

ପୁରୀ: ନୌସେନା ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଡିସେମ୍ବର ୪ରେ ନୌସେନା ଦିବସ। ସୁରକ୍ଷା ଦୃଷ୍ଟିରୁ ପୁରୀରେ ହାଇଆଲର୍ଟ ଜାରି ହୋଇଛି। ରାଷ୍ଟ୍ରପତି ତଥା ତିନି ସେନାବାହିନୀର ମୁଖ୍ୟ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ୪ ତାରିଖ ଅପରାହ୍ନ ୩ଟା ୫୫ରେ ବ୍ଲୁ ଫ୍ଲାଗ୍‌ ନିକଟରେ ପହଞ୍ଚିବା ପରେ ୪ଟାରେ ମଞ୍ଚାସୀନ ହେବେ। ୪ଟା ୭ରେ ଜାତୀୟ ସଂଗୀତ ଗାନ କରାଯିବ। ୪ଟା ୧୦ରେ ନୌସେନାର ପରାକ୍ରମୀ ପ୍ରଦର୍ଶନ ଆରମ୍ଭ ହେବ। ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ ମେରାଇନ୍‌ କମାଣ୍ଡୋ (ମାର୍କୋସ୍‌)ମାନେ ସେମାନଙ୍କ ରଣକୌଶଳ ପ୍ରଦର୍ଶନ କରିବେ। ରାଷ୍ଟ୍ରପତି ପ୍ରସ୍ଥାନ କରିବା ପରେ ଲେଜର୍‌ ସୋ, ସମୁଦ୍ରରେ ଫାୟାର ୱାର୍‌ ଓ ଡ୍ରୋନ୍‌ ସୋ ପ୍ରଦର୍ଶିତ ହେବ। ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ଏହି ଅନନ୍ୟ ପ୍ରଦର୍ଶନୀ ଜାରି ରହିବ ବୋଲି ଆଜି ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହରେ ନୌସେନା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking