33.3 C
Bhubaneswar
Friday, June 13, 2025
Homeଓଡିଶାଲାଲ ତାଣ୍ଡବ: ରାସ୍ତାକାମରେ ନିୟୋଜିତ ୧୪ ଗାଡ଼ି ପୋଡ଼ିଦେଲେ

ଲାଲ ତାଣ୍ଡବ: ରାସ୍ତାକାମରେ ନିୟୋଜିତ ୧୪ ଗାଡ଼ି ପୋଡ଼ିଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓବାଦୀମାନେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛନ୍ତି। ସେମାନେ ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଆଇଇଡି ବୋମା ବିସ୍ଫୋରଣ କରୁଛନ୍ତି। ଏଥିରେ ଯବାନ ଆହତ ହେଉଥିବା ବେଳେ ଜନସାଧାରଣ ମଧ୍ୟ ଆହତ ହେଉଛନ୍ତି। ଏଭଳି ସ୍ଥିତିରେ ଗତକାଲି ରାତିରେ ଦାନ୍ତେୱାଡା ଜିଲ୍ଲାରେ ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ଭାଂସୀ ଥାନା ଅଞ୍ଚଳରେ ରାସ୍ତା କାମ ପାଇଁ ନିୟୋଜିତ ହୋଇଥିବା ୧୪ଟି ଗାଡ଼ିକୁ ମାଓବାଦୀମାନେ ଜାଳି ଦେଇଛନ୍ତି। ସୂଚନା ଅନୁଯାୟୀ, ଭାଂସୀ ଥାନା ଠାରୁ ୨ କିଲୋମିଟର ଦୂରରେ ରାସ୍ତା ନିର୍ମାଣ କରାଯାଉଥିଲା।

ରାତିରେ ଠିକାସଂସ୍ଥାର ଶିବିର ନିକଟରେ ୪ଟି ହାଇୱା, ୪ଟି ପକଅପ୍, ଗୋଟିଏ ଜେସିବି, ଗୋଟିଏ କ୍ରେନ, ଗୋଟିଏ ସିଫ୍ଟର ଟ୍ରକ, ଦୁଇଟି ପାଣି ଟ୍ୟାଙ୍କର ଓ ଗୋଟିଏ ମିକ୍ସର ମେସିନ ଗାଡ଼ି ରହିଥିଲା। ଗତକାଲି ରାତି ପ୍ରାୟ ୧ଟା ବେଳକୁ ୩୦ରୁ ଅଧିକ ମାଓବାଦୀ ଠିକାଦାର ଶିବିର ନିକଟକୁ ଆସିଥିଲେ। ସେଥିରୁ କେତେ ଜଣ ମାଓବାଦୀ ପୋଷାକ ପିନ୍ଧି ଅସ୍ତ୍ରଶସ୍ତ୍ର ଧରିଥିବା ବେଳେ ଆଉ କିଛି ଗ୍ରାମୀଣ ବେଶରେ ଥିଲେ। ସେଠାରେ ଥିବା ୧୪ଟି ଗାଡ଼ିର ତେଲ ଟାଙ୍କିକୁ ଭାଙ୍ଗି ଦେଇ ସେଥିରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ। କିଛି ସମୟ ରହିବା ପରେ ନିକଟ ଜଙ୍ଗଲ ଭିତରକୁ ମାଓବାଦୀମାନେ ପଳାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking