32.1 C
Bhubaneswar
Wednesday, June 11, 2025
Homeଅପରାଧଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

କଟକ : କଟକ ଜିଲ୍ଲା ଜଗତପୁର ଥାନା ଅଧୀନ ରାମେଶ୍ବର ପଞ୍ଚାୟତ ର ଚାହାପଡ଼ା ଗାଁରେ ୩ ଜଣଙ୍କ ଘରେ ଲୁଟେରା ମାନେ ପଶି କଳାକନା ବୁଲାଇଦେଇଛନ୍ତି । ରବିବାର ବିଳମ୍ବିତ ରାତିରେ ଏଭଳି ସିରିଜ ଚୋରି କରିଛନ୍ତି ଲୁଟେରା । ପ୍ରାୟ ୧୦/୧୫ ଲକ୍ଷ ଟଙ୍କାର ସମ୍ପତି ଲୁଟ ହୋଇଥିବା ଅନୁମାନ କରାଯାଉଛି । ୩ ଜଣ ଲୁଟେରା ପ୍ରଥମେ ଜଣଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହିତ ଅଢେଇ ଶହ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାପରେ ସାମନଭାବରେ ଅନ୍ୟ ଦୁଇଜଣଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଅଳଙ୍କାର ସହ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଡକାୟତି କରିଥିବା ସୂଚନା ମିଳିଛି। ପରିବାରଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପୋଲିସ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking