34.1 C
Bhubaneswar
Saturday, May 18, 2024
Homeଅପରାଧହ୍ଵାଟ୍ସଆପରେ ଚାକିରି ଅଫର ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ହ୍ଵାଟ୍ସଆପରେ ଚାକିରି ଅଫର ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ମୁମ୍ବାଇ : ଦୁନିଆରେ ୫୫୦ ମିଲିୟନରୁ ଅଧିକ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରନ୍ତି । ଏତେ ସଂଖ୍ୟକ ୟୁଜର୍ ବେସ୍ ହେତୁ ସ୍କାମରମାନେ ଏହି ଆପ୍ ଦ୍ୱାରା ଲୋକଙ୍କୁ ସେମାନଙ୍କର ଶିକାର କରୁଛନ୍ତି । ନିକଟରେ ମୁମ୍ବାଇର ଜଣେ ଫୁଟବଲ କୋଚଙ୍କୁ ହ୍ଵାଟ୍ସଆପରେ ମିଳିଥିବା ଏକ ଚାକିରି ଅଫର ମହଙ୍ଗା ପଡିଛି ଏବଂ ସେ ନିଜର କଷ୍ଟ ଉପାର୍ଜିତ ଅର୍ଥର ୧୦ ଲକ୍ଷ ଟଙ୍କା ଏକ ଠକକୁ ଦେଇଥିବା ଜଣା ପଡ଼ିଛି । କୋଚଙ୍କ ନାମ ଜୁଏଲ ଚେଟି ତାଙ୍କର ବୟସ ୨୮ ବର୍ଷ ବୋଲି ଜଣାପଡିଛି । ଅଗଷ୍ଟ ୧୬ ରେ ଜଣେ ବ୍ୟକ୍ତି ହ୍ଵାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରି ପାର୍ଟ ଟାଇମ୍ ଚାକିରି ବିଷୟରେ ତାଙ୍କ ସହ କଥା ହୋଇଥିଲେ । ସ୍କାମର ଜୁଏଲଙ୍କୁ ଏକ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରି ଏହାର କଣ୍ଟେଟକୁ ଲାଇକ କରିବା ପରେ ସ୍କ୍ରିନସଟ ପଠାଇବାକୁ କହିଥିଲା । ପ୍ରତିବଦଳରେ ତାଙ୍କୁ ଭଲ ଟଙ୍କା ମିଳିବ ବୋଲି ମଧ୍ୟ କୁହାଯାଇଥିଲା । ଫୁଟବଲ କୋଚ ଏଥିରେ ରାଜି ହୋଇଥିଲେ ଏବଂ ସ୍କାମରଙ୍କ ଦ୍ୱାରା ଏକ ଲିଙ୍କ ଦିଆଯାଇଥିଲା ଯେଉଁଥିରେ ତାଙ୍କୁ ସମସ୍ତ ଡିଟେଲ୍ସ ଭରିବା ପାଇଁ କୁହାଯାଇଥିଲା । ଆରମ୍ଭରେ ତାଙ୍କୁ ୧୫୦ ଟଙ୍କା ମିଳିଥିଲା, ଏହା ପରେ ୨୮୦୦ ଟଙ୍କା ସ୍କାମର ତାଙ୍କୁ ଦେଇଥିଲା । ଜୁଏଲ ସ୍କାମର ଉପରେ ବିଶ୍ୱାସ କରିବା ପରେ , ସେ ଆକାଉଣ୍ଟ ଖୋଲିବା ପାଇଁ ଜୁଏଲଙ୍କୁ ୯୦୦୦ ଟଙ୍କା ଦେବାକୁ କହିଥିଲା । ଏହା ପରେ ଟାସ୍କ ନାମରେ ସେହି ବ୍ୟକ୍ତିଙ୍କଠାରୁ ୪୦,୦୦୦ ଟଙ୍କା ପୁଣି ଥରେ ନିଆଯାଇଥିଲା । ଏହିପରି ଭାବେ ସ୍କାମର ୧୬ ରୁ ୨୧ ଅଗଷ୍ଟ ମଧ୍ୟରେ ମୋଟ ୯,୮୭,୬୨୦ ଟଙ୍କା ଲୁଟି ନେଇଥିଲା । ଜୁଏଲ ତାଙ୍କ ଭଉଣୀଙ୍କୁ ଏହା କହିବା ମାତ୍ରେ ସେ ଅନୁଭବ କରିଥିଲେ ଯେ ଜୁଏଲ ଏକ ଠକାମିର ଶିକାର ହୋଇଛନ୍ତି ଏବଂ ସେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୋକମାନେ ସତର୍କ ହେଉ ନାହାନ୍ତି ଏବଂ ଏଭଳି ଠକାମିର ଶିକାର ହେଉଛନ୍ତି । ଆପଣ ଏଭଳି ସ୍କାମରୁ ବଞ୍ଚିବାକୁ ଚାହୁଁଥିଲେ ନିଜର ମୋବାଇଲ ନମ୍ବର କିମ୍ବା ମେସେଜରେ ଆସୁଥିବା ଓଟିପିିକୁ ଅଜଣା ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ । ଅଜଣା ବ୍ୟକ୍ତି ଟଙ୍କା ମାଗିଲେ ଏଭଳି ବିଶ୍ୱାସ କରି ଟଙ୍କା ଟ୍ରାନ୍ସଫର କରନ୍ତୁ ନାହିଁ । ନଚେତ ଆପଣଙ୍କର ବି ଏଭଳି ଲକ୍ଷ ଲକ୍ଷ ଟଙ୍କା ଲୁଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking