34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଉତ୍ତରପ୍ରଦେଶ ହେଉଛି ନୂଆ କାଶ୍ମୀର

ଉତ୍ତରପ୍ରଦେଶ ହେଉଛି ନୂଆ କାଶ୍ମୀର

ନୂଆଦିଲ୍ଲୀ : ଦେଶର ନୂଆ କାଶ୍ମୀର ହେଉଛି ଉତ୍ତରପ୍ରଦେଶ । ଏପରି କହି ଚର୍ଚ୍ଚାରେ ବର୍ତ୍ତମାନ ଜାମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା । ନିଜର ବୟାନକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେଉଥିବା ଅମର ଅବଦୁଲ୍ଲା ପୁଣି ଆଉ ଥରେ ଏପରି କହି ଚର୍ଚ୍ଚାରେ ରହିଛନ୍ତି । ସେପଟେ ଦୀର୍ଘ ଦିନ ଧରି ଗୃହବନ୍ଦୀରେ ରହିବା ପରେ ଶାସକ ଦଳକୁ ଅମର ଅବଦୁଲ୍ଲା ଟାର୍ଗେଟ କରିଛନ୍ତି । ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଘଟିଥିବା ଘଟଣା ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ଏନେଇ ଶାସକ ଦଳକୁ କଡ଼ା ସମାଲୋଚନା କରୁଥିବାର ଦେଖିବାକୁ ମଳିଛି । ଏପରିକି ଏହି ପ୍ରସଙ୍ଗ ବର୍ତ୍ତମାନ ସାରା ଦେଶର ରାଜନୀତିକୁ ବେଶ ଚଳଚଞ୍ଚଳ କରିଦେଇଛି ।

କିଏ କେନ୍ଦ୍ର ଉପରେ ସିଧା ଟାର୍ଗେଟ କରୁଥିବା ବେଳେ ଆଉ କିଏ ଏହାକୁ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବ୍ୟବହାର କରୁଛନ୍ତି । ଏହା ମଧ୍ୟରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା ଉତ୍ତରପ୍ରଦେଶକୁ କାଶ୍ମୀର ସହ ତୁଳନା କରିଛନ୍ତି । ଏଖବର ବର୍ତ୍ତମାନ ସାରା ଦେଶରେ ବେଶ ଚର୍ଚ୍ଚାରେ ରହିଛି । କାହିଁକିନା ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଯେଉଁ ପରିସ୍ଥିତି ଉପୁଜିଥିଲା । ସେହି ପରିସ୍ଥିତି ବର୍ତ୍ତମାନ ଉତ୍ତରପ୍ରଦେଶରେ ଘଟିବାରେ ଲାଗିଛି । ଧାରା ୩୭୦ ଉଠିବା ପରେ ଜାମ୍ମୁ-କାଶ୍ମୀରରେ ବିରୋଧୀ ଦଳ ନେତାମାନଙ୍କର ପ୍ରବେଶକୁ ବାରଣ କରାଯାଇଥିଲା । ଠିକ ସେହିପରି ବର୍ତ୍ତମାନ ଉତ୍ତରପ୍ରଦେଶରେ ଘଟୁଛି । ବିରୋଧୀ ଦଳର ନେତାମାନଙ୍କୁ ଉତ୍ତରପ୍ରଦେଶ ଯିବାକୁ ମନା କରାଯାଉଛି । ଏପରିକି ଲକ୍ଷେ୍ନø ବିମାନବନ୍ଦରରୁ ମଧ୍ୟ ବିରୋଧୀ ଦଳର ନେତାମାନଙ୍କୁ ଫେରାଇ ଦିଆଯାଉଛି । କେବଳ ଏତିକି ନୁହେଁ ବରଂ ଅମର ଅବଦୁଲ୍ଲାଙ୍କ ପରେ ପରେ ଏଘଟଣାରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ମୁହଁ ଖୋଲିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking