24.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗସାର ଅଭାବ, ତାତିଲେ ଚାଷୀ

ସାର ଅଭାବ, ତାତିଲେ ଚାଷୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍‌ରେ ସାରର ଘୋର ସଙ୍କଟ । କେଉଁ ଅଞ୍ଚଳରେ ଆବଶ୍ୟକ ପରିମାଣରେ ସାର ମିଳୁନଥିବା ବେଳେ ଆଉ କେଉଁଠି ସାର କଳା ବଜାରକୁ ନେଇ ଚାଷୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ôଚଛି । ଗୁରୁବାର ପୂର୍ବାହ୍ନରେ ଚାଷୀମାନେ ଦିଗପହଣ୍ଡି ପାକ୍ସ କାର୍ଯ୍ୟାଳୟ ଘେରିବା ସହିତ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ପ୍ରାୟ ୩ ଘଣ୍ଟା ଧରି ଅବରୋଧ କରି ରଖିଥିଲେ । ଆଜିକାଲି କହି ପାକ୍ସ ସମ୍ପାଦକ ଚାଷୀମାନଙ୍କୁ ଭଣ୍ଡଉଥିବାରୁ ଚାଷୀମାନେ ବାଧ୍ୟ ହୋଇ ଏଭଳି ନିଷ୍ପତି ନେଇଛନ୍ତି ବୋଲି  ଅଭିଯୋଗ କରିଛନ୍ତି । ଚାଷୀମାନଙ୍କର ଏଭଳି ଆନ୍ଦୋଳନର ଖବର ପାଇ କଂଗ୍ରେସ ନେତା ପ୍ରଫୁଲ କୁମାର ପଣ୍ଡା, ସିପିଏମ୍ ଗଂଜାମ ଜିଲ୍ଲା ସମ୍ପାଦକ କୈଳାଶ ଷଡଙ୍ଗୀ, ଆଇନଜୀବୀ କୁରେଶୁ ପଣ୍ଡା, ବିଜେପି ନେତା ପରେଶ ଚନ୍ଦ୍ର ରଥ ଓ କୁରେଶୁ ମହାରଣା ଘଟଣାସ୍ଥଳକୁ ଯାଇ ଚାଷୀମାନଙ୍କ ଠାରୁ ଘଟଣା ସମ୍ପର୍କରେ ମତାମତ ସଂଗ୍ରହ କରିବା ସହ ବୁଝାଶୁଝା କରିଥିଲେ । ତଥାପି ଚାଷୀମାନେ ସେମାନଙ୍କ ଆନ୍ଦୋଳନରୁ ହଟିନଥିଲେ ।  ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ ଓ ଆଇଆଇସି ବସନ୍ତ କୁମାର ସେଠି ପୁଲିସ୍ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ôଚଥିଲେ । ଚାଷୀଙ୍କୁ ସାର ମିଳିବା ନେଇ ନିର୍ଭର ପ୍ରତିଶ୍ରୁତି ନ ମିଳିବାରୁ ଉତ୍ତେଜନା ବଢିବାରେ ଲାଗିଲା । ଶେଷରେ ତହସିଲଦାର ଆସନ୍ତା ଏକ ସପ୍ତାହ ମଧ୍ୟରେ ଆବଶ୍ୟକ ପରିମାଣାର ସାର ଯୋଗାଣର ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ । ଅନ୍ୟପକ୍ଷରେ ଦିଗପହଣ୍ଡି ବ୍ଳକରେ ଥିବା ୧୫ରୁ ଊର୍ଦ୍ଧ୍ୱ ଘରୋଇ ଡିଲରମାନେ ଅତ୍ୟଧିକ ଚଢା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ମିଳିଛି । ୟୁରିଆ ବସ୍ତା ପିଛା ସରକାରୀ ଦର ୨୬୬ ଟଙ୍କା ୭୭ ପଇସା ଥିବା ବେଳେ ଘରୋଇ ଡିଲର୍‌ମାନେ ତାହାକୁ ୫୪୦ରୁ ୫୭୦ ଟଙ୍କାରେ ବିକ୍ରି କରୁଛନ୍ତି ବୋଲି ଚାଞ୍ଚଡାପଲ୍ଲୀ ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାକୁ ଭିତ୍ତିକରି ଫାସିବନ୍ଧ, ବାବୁଲି ବନ୍ଧ ଓ ଏସ.ଟିକରପଡା ଗ୍ରାମରେ ଥିବା ଘରୋଇ ଡିଲରମାନେ ଚାଷୀଙ୍କୁ ଚଢା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ପାଇ ଦିଗପହଣ୍ଡି  ତହସିଲଦାର ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ସେମାନଙ୍କୁ ତାଗିଦ୍ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking