25.1 C
Bhubaneswar
Friday, November 22, 2024
HomeUncategorizedଭୋକ ଉପାସରେ ୭୦ କି.ମି ଚାଲି ଥକିପଡ଼ିଲେ ୧୫ ଶ୍ରମିକ

ଭୋକ ଉପାସରେ ୭୦ କି.ମି ଚାଲି ଥକିପଡ଼ିଲେ ୧୫ ଶ୍ରମିକ

ବଳଙ୍ଗା : ଲକଡାଉନ୍ ଯୋଗୁଁ ଫସି ରହିଥି୍‌ବା ଶ୍ରମିକ କିମ୍ବା ଭିଟାମାଟିକୁ ଫେରିବାକୁ ଚାହୁଁଥିବା ଲୋକଙ୍କର ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଧ୍ୟାନ ଦେବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଫେରୁଥିବା ଏହି ପ୍ରବାସୀ ଶ୍ରମିକ ଓ ଲୋକଙ୍କର କୌଣସି ସମସ୍ୟା ହେଲେ ଜିଲ୍ଲାପାଳଙ୍କ ନଜରକୁ ଆଣିବାକୁ ସରପଞ୍ଚ, ବିଡିଓ, ତହସିଲଦାର ଓ ନୋଡାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ନିମାପଡ଼ା ବ୍ଲକ୍ ଗଢପଦନପୁର ପଞ୍ଚାୟତର ଭାଣପୁରରେ । ସରପଞ୍ଚଙ୍କ ଅଦୂରଦର୍ଶିତା ଓ ସରକାରୀ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସମଗ୍ର ଅଞ୍ଚଳ ଏବେ ବିପଦ ଆଡ଼କୁ ଗତି କରୁଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୧୫ଜଣ ଶ୍ରମିକ ଭାଣପୁର ଗାଁ’ମୁଣ୍ଡ ଦୋଳବେଦୀ ଉପରେ ବସିଥିଲେ । ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ଭୋକରେ କାନ୍ଦୁଥିଲେ । ଗାଁ’ର କଳ୍ପତରୁ ସାଂସ୍କୃତିକ ପରିଷଦର ସଦସ୍ୟମାନେ ଦେଖି ଏହାର କାରଣ ପଚାରିଥିଲେ । ଜଗତସିଂହପୁର ଜିଲ୍ଲା ନାଉଗାଁରେ ଏମାନେ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ଠିକାଦାର ଖାଇବାକୁ ନଦେବାରୁ ଚାଲି ଚାଲି ନିଜ ଘର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଭିମୁଖେ ବାହାରିଥିଲେ । ତେବେ ରାସ୍ତା ଭୁଲି ଦୀର୍ଘ ୭୦ କିମି ଚାଲିବା ପରେ ଭାଣପୁରରେ ପହଞ୍ଚିଥିବା ପ୍ରକାଶ କରିଥିଲେ । ଏ ସମ୍ପର୍କରେ ସେମାନେ ତୁରନ୍ତ ସରପଞ୍ଚ ରେଣୁବାଳ ବେହେରାଙ୍କୁ ଯୋଗାଯୋଗ କରିବା ପରେ ସରପଞ୍ଚ କେବଳ ବିଡିଓଙ୍କୁ ଘଟଣା ସମ୍ପର୍କରେ ଜଣାଇ ଚୁପ୍ ବସିଯାଇଥିଲେ । ପରେ ସରପଞ୍ଚଙ୍କ ଦେଢ଼ଶୂର ଓ ସ୍ଥାନୀୟ ଜିଆରଏସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟର କେବଳ ପ୍ରବାସୀଙ୍କ ପାଇଁ ରିଜର୍ଭ ହୋଇଥିବାରୁ ସେଠାରେ ଏମାନଙ୍କୁ ରଖାଯାଇ ପାରିବ ନାହିଁ କହି ସେମାନେ ଆଉ ଧରାଛୁଆଁ ଦେଇନଥିଲେ । ଏପରିକି ଏହି ଶ୍ରମିକମାନଙ୍କ ଖାଇବା ପାଇଁ ପଞ୍ଚାୟତ ବ୍ୟବସ୍ଥା କରିପାରିବ ନାହିଁ ବୋଲି ରୋକ୍ ଠୋକ ଶୁଣାଇ ଦେଇଥିଲେ । ତେବେ ଅନ୍ୟ ଉପାୟ ନପାଇ ରାତି ତମାମ ଶ୍ରମିକମାନେ ଦୋଳବେଦୀରେ ଖୋଲା ଆକାଶ ତଳେ ବିପଜ୍ଜନକ ଭାବେ ଶୋଇଥିଲେ । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ସେହି ଶ୍ରମିକମାନଙ୍କ ମଧ୍ୟରୁ ଦୁଇ ତିନିଜଣ ଛିଙ୍କୁଥିବା ସହ କାଶୁଥିଲେ । କିନ୍ତୁ ସରପଞ୍ଚଙ୍କ ଠାରୁ ପ୍ରଶାସନିକ ଅଧିକାରଙ୍କ ପର୍ଯ୍ୟନ୍ତ କେହି ଏଥିପ୍ରତି ଗୁରୁ୍‌ତ୍ୱ ଦେଇନଥିଲେ । ତେବେ ମଙ୍ଗଳବାର ସେମାନେ ଯେଉଁ ଠିକାଦାର ପାଖରେ କାମ କରୁଥିଲେ ସେ ଆସି ସେମାନଙ୍କୁ ପୁଣି ନାଉଁଗା ନେଇଯାଇଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking