26.7 C
Bhubaneswar
Friday, April 19, 2024
Homeଓଡିଶାଚାଲି ଚାଲି ପଶ୍ଚିମବଙ୍ଗ ଯାଉଛନ୍ତି ଶ୍ରମିକ

ଚାଲି ଚାଲି ପଶ୍ଚିମବଙ୍ଗ ଯାଉଛନ୍ତି ଶ୍ରମିକ

ଦିଗପହଣ୍ଡ : ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ହେଉଛନ୍ତି ଅଣ ଓଡିଆ ଶ୍ରମିକ । ଯିଏ ଯେଉଁଠିଥିଲେ ମଧ୍ୟ ଲକଡାଉନ୍ ସମସ୍ୟା ଯୋଗୁଁ ପହଞ୍ôଚବା ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡିଛି । ଏଭଳି ଅବସ୍ଥା ଭିତରେ ଚାଲି ଚାଲି ଅପରାହ୍ନ ୫ଟା ସମୟରେ ଦିଗପହଣ୍ଡିରେ ପହଞ୍ôଚଥିଲେ ପଶ୍ଚିମବଙ୍ଗର ୫ ଜଣ ଅଣଓଡିଆ ଶ୍ରମିକ । ସେମାନେ ଗଜପତି ଜିଲ୍ଲା ମୋହନାରେ ରହି ଦୀର୍ଘ ୬ ମାସ ହେଲା ବିଭିନ୍ନ ସରକାରୀ କାମରେ ନିଯୁକ୍ତି ହୋଇଥିଲେ । ଲକଡାଉନ୍ ଠାରୁ କାମ ବନ୍ଦ ହୋଇଯିବା ଯୋଗୁଁ ମୋହନାରେ ରହି ଦୀର୍ଘ ଦେଢମାସ ହେଲା ରହିଥିଲେ । ଏବେ ସେମାନେ ମୋହନାରୁ ଚାଲି ଚାଲି ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି । ମୋହନାରେ ଆହୁରି ଦେଢଶହ ଅଣ ଓଡିଆ ଶ୍ରମିକ ବହୁ କଷ୍ଟରେ ରହିଥିବା ସେମାନେ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ଯିବା ପାଇଁ ସେମାନଙ୍କୁ ଅନୁମତି ପତ୍ର ମିଳିଥିବା କହିଛନ୍ତି । ସେହିପରି ମଧ୍ୟାହ୍ନର ପ୍ରଚଣ୍ଡ ଖରାରେ ଚାଲି ଚାଲି ବ୍ରହ୍ମପୁରରୁ ଦିଗପହଣ୍ଡିରେ ପହଞ୍ôଚଥିଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମର ୫ ଜଣ ଯୁବ ଶ୍ରମିକ । ଏମାନେ ଇଚ୍ଛାପୁରରେ ଦୀର୍ଘ ୬ ମାସ ହେଲା ରହି ମା\’ କୁଠାରୀ ବୋରୱେଲରେ କାମ କରିଥିଲେ । ଲକଡାଉନ୍ ପର ଠାରୁ କାମଧନ୍ଦା ବନ୍ଦ ହୋଇଗଲା । ମାଲିକ ସେମାନଙ୍କର ପେଟପାଟଣା କଥା ଚିନ୍ତା କଲେନି । ଶେଷରେ ସେମାନେ ବାଧ୍ୟ ହୋଇ ନିଜ ଗ୍ରାମକୁ ଫେରିବା ପାଇଁ ଇଛାପୁରରୁ ଚାଲି ଚାଲି ଆସୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking