31.1 C
Bhubaneswar
Friday, March 29, 2024
Homeଓଡିଶାସର୍ବସାଧାରଣରେ ଆଣ୍ଠେଇ ଭୁଲ ମାଗିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍

ସର୍ବସାଧାରଣରେ ଆଣ୍ଠେଇ ଭୁଲ ମାଗିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍

କେନ୍ଦ୍ରାପଡ଼ା : ଏକ ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ଶିଶୁଖାଦ୍ୟ ଦେବାକୁ କହି ଟଙ୍କା ଆଦାୟ କରୁଥିବା ଜଣେ ମହିଳା ସର୍ବସାଧାରଣରେ ଆଣ୍ଠେଇ ଭୁଲ ସ୍ୱୀକାର କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଆଲୋଡନ ସୃଷ୍ଟି କରିଥିଲା । ତେବେ ସରପଞ୍ଚ ତାଙ୍କୁ ସେଦିନ ତଣ୍ଟିଆ ମାରି ଆଣ୍ଠେଇଥିବା ସଂପୃକ୍ତ ମହିଳା ପାଟକୁରା ଥାନାରେ ସରପଞ୍ଚଙ୍କ ବିରୋଧ ଅଭିଯୋଗ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କରାଣ୍ଡିଆପାଟଣା ଗ୍ରାମରେ ନିଜକୁ ଜଗଜ୍ଜନନୀ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି କହି ସାଗରିକା ଦାସ ନାମକ ଜଣେ ମହିଳା କରୋନା ସମୟରେ ଶିଶୁ ଖାଦ୍ୟ ଯୋଗଇ ଦେବାକୁ ପ୍ରତିଶୃତି ଦେଇ ୨ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲେ । ଏ ସମ୍ପର୍କରେ ମେହେନ୍ଦିନଗର ସରପଞ୍ଚ ଲୋକଙ୍କଠାରୁ ଆଭିଯୋଗ ପାଇ ପାଟକୁରା ଥାନା ପୁଲିସକୁ ଖବର ଦେଇଥିଲେ । ତେବେ ଏ ସମ୍ପର୍କରେ ସେଦିନ କେହି ଥାନାରେ ଅଭିଯୋଗ କରିନଥିବାରୁ ପୁଲିସ ମହିଳାଙ୍କୁ ଥାନାକୁ ଆଣିବା ପରେ ଛାଡି ଦେଇଥିଲେ । ତେବେ ଏହା ପରେ ପରେ ମହିଳା ଜଣକ ଗାଁ’ ଦାଣ୍ଡରେ ଆଣ୍ଠେଇ ହାତଯୋଡ଼ି ଲୋକଙ୍କୁ କ୍ଷମା ମାଗୁଥିବା ଦୃଶ୍ୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ପରେ ସମ୍ପୃକ୍ତ ମହିଳା ପାଟକୁରା ଥାନାରେ ପହଞ୍ଚି ସରପଞ୍ଚ ରବୀନ୍ଦ୍ର ପଣ୍ଡା ତାଙ୍କୁ ଗାଁ’ ଦାଣ୍ଡରେ ତଣ୍ଟିିଆ ମାରିବାରୁ ସେ ଆଣ୍ଠେଇ ପଡିଯାଇଥିଲେ ବୋଲି ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ସେଦିନ ସରପଞ୍ଚ ପୁଲିସ ଉପସ୍ଥିତିରେ ଏପରି ଅମାନବୀୟ କାମ କରୁଥିଲେ ମଧ୍ୟ ପୁଲିସ ନିରବ ରହିଥିଲା ବୋଲି ମହିଳା ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ତେବେ ସେଦିନ ଗିରଫ ଏଡ଼ାଇବାକୁ ମହିଳା ଜଣକ ପୁଲିସ ଉପସ୍ଥିତିରେ ଆଦାୟ କରିଥିବା ଟଙ୍କା ଫେରାଇ କ୍ଷମା ମାଗିଥିବା ସରପଞ୍ଚ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking