33.1 C
Bhubaneswar
Monday, April 27, 2026
Homeଦେଶ ବିଦେଶଦିଲ୍ଲୀରେ କୃତ୍ରିମ ବର୍ଷା :  କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

ଦିଲ୍ଲୀରେ କୃତ୍ରିମ ବର୍ଷା :  କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ପରିବେଶ ସୁଧୁରୁ ନଥିବା ବେଳେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିନ କେନ୍ଦ୍ରକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ପରିବେଶ ମନ୍ତ୍ରୀ କହିଛନ୍ତି, “ଧୁଆଁର ସ୍ତର ଉତ୍ତର ଭାରତକୁ ଆଚ୍ଛାଦିତ କରିଛି। ଧୁଆଁରୁ ମୁକ୍ତି ପାଇବା ପାଇଁ କୃତ୍ରିମ ବର୍ଷା ହେଉଛି ଏକମାତ୍ର ସମାଧାନ। ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ହସ୍ତକ୍ଷେପ କରିବା ଉଚିତ। ଏହି ସମସ୍ୟା ଉପରେ କାମ କରିବା ତାଙ୍କର ନୈତିକ ଦାୟିତ୍ବ ଅଟେ। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ।”ଜାତୀୟ ରାଜଧାନୀରେ ଧୁଆଁର ଏକ ଘନ ସ୍ତର ଆଚ୍ଛାଦିତ ହୋଇ ରହିଥିବାରୁ ଆଜି ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ଦିଲ୍ଲୀ। ଆଜି ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ  ୪୯୪ ଛୁଇଁଥିବା ବେଳେ ‘ଅତ୍ୟନ୍ତ ଗମ୍ଭୀର ଅବସ୍ଥା’ରେ ରହିଛି ଦିଲ୍ଲୀର ବାୟୁ ଅବସ୍ଥା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking