30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗକେୱାଇସି ଅପଡେଟ୍ ନେଇ ଆସୁଥିବା ଏସଏମଏସକୁ ଅଣଦେଖା କରିବାକୁ ପରାମର୍ଶ

କେୱାଇସି ଅପଡେଟ୍ ନେଇ ଆସୁଥିବା ଏସଏମଏସକୁ ଅଣଦେଖା କରିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଏବେ ଦିନକୁ ଦିନ ସାଇବେର ଠକେଇ ବଢିଚାଲିଛି ।  କେୱାଇସି ଅପଡେଟ୍ ନେଇ ସଚେତନତା ଆରମ୍ଭ କରାଯାଇଛି । ଭିନ୍ନ ଭିନ୍ନ ଉପାୟରେ ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ କେୱାଇସି ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି । ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ । କେୱାଇସି ଅପଡେଟ୍ ନେଇ ଆସୁଥିବା ଏସଏମଏସ କୁ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି ।  ଆହୁରି ମଧ୍ୟ କୁହାଯାଇଛି କେୱାଇସି ଅପଡେଟ୍ ନେଇ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ । ସେବା ପ୍ରଦାନକାରୀ ସଂସ୍ଥା କୌଣସି ନମ୍ବରକୁ ଫୋନ ପାଇଁ କୁହନ୍ତି ନାହିଁ ବୋଲି ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking