29.1 C
Bhubaneswar
Saturday, May 18, 2024
Homeଓଡିଶାଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆତ୍ମ ଘୋଷିତ ସଭାପତି ସମ୍ବନ୍ଧୀୟ ମିଥ୍ୟା ସମ୍ବାଦକୁ ରାଷ୍ଟ୍ରୀୟ...

ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆତ୍ମ ଘୋଷିତ ସଭାପତି ସମ୍ବନ୍ଧୀୟ ମିଥ୍ୟା ସମ୍ବାଦକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କାର୍ଯ୍ୟକାରିଣୀ ପରିଷଦଙ୍କ ବିରୋଧ

ଭୁବନେଶ୍ୱର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ନୂତନ ସଭାପତି ମନୋନୀତ ହେବା ଏକ
ବିଭ୍ରାନ୍ତିକର ସମ୍ବାଦ ଆମ ଦୃଷ୍ଟିରୁ ଆସିଛି । ଭାରତର କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ମଧ୍ୟରେ ଦେଶର ସର୍ବ ବୃହତ ଶ୍ରମିକ ସଂଗଠନ
“ରାଷ୍ଟ୍ରୀୟ ମଜଦୁର କଂଗ୍ରେସ”ର ସ୍ୱତନ୍ତ୍ର ମର୍ଯ୍ୟଦା ଅଛି । ଏହାର ନିଜସ୍ୱ ସମ୍ବିଧାନ, ନୀତି ଆଦର୍ଶରେ ଏହା ୧୯୪୭ ମସିହା ମାର୍ଚ୍ଚ ୩
ତାରିଖରୁ ଶ୍ରମିକ କର୍ମଚାରୀଙ୍କ ଅଧିକାର ପାଇଁ ନିରବିଚ୍ଛିନ୍ନ ଭାବରେ କାର୍ଯ୍ୟକରି ଆସୁଅଛି । ଅନୁରୂପ ଭାବେ ଓଡ଼ିଶାରେ ଏହି ସଂଗଠନ
ଶ୍ରମିକ କର୍ମଚାରୀଙ୍କ ପାଇଁ କାର୍ଯ୍ୟକରିଆସୁଛି । ଏଥିରେ ୩୧୩ ଶ୍ରମିକ ସଂଗଠନ ଅନୁବନ୍ଧିତ ଯାହାର ବର୍ତମାନ ସଭ୍ୟ ୨୨ ଲକ୍ଷ ୬୬
ହଜାର ଅଛନ୍ତି । ସଂଗଠନର ସମ୍ବିଧାନ ଅନୁସାରେ ଏହାର ତ୍ରୟବାର୍ଷିକ ସାଧାରଣ ପରିଷଦ ବୈଠକରେ ସମସ୍ତ ୟୁନିଅନରୁ ଯୋଗ ଦେଉଥିବା
ପ୍ରତିନିଧି ମାନଙ୍କ ଦ୍ୱାରା କର୍ମକର୍ତା ନିର୍ବାଚିତ ହୁଅନ୍ତି । ତଦ୍‌ଅନୁଯାୟୀ ୧୯୮୫ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଶିଷ୍ଟ ଶ୍ରମିକ ନେତା ଡଃ
ରାମଚନ୍ଦ୍ର ଖୁଂଟିଆ ନିର୍ଦୋନ୍ଦରେ ସର୍ବସମ୍ମତି କ୍ରମେ ସଭାପତି ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି । ବିଶେଷକରି ଗତ ରାଜ୍ୟ ସମ୍ମିଳନୀ
ତା.୦୩.୦୩.୨୦୧୯ ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ସଂଗଠନ ସମ୍ବିଧାନ ଅନୁସାରେ ଡଃ ଖୁଂଟିଆ ପୁନର୍ବାର ସର୍ବସମ୍ମତିକ୍ରମେ
ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରମିକ ସଂଗଠନ ସହିତ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ କୌଣସି ସଂପର୍କ ନଥିବା ବ୍ୟକ୍ତି କୌଣସି
ଅନାମଧେୟ ବ୍ୟକ୍ତିଙ୍କ ଦ୍ୱାରା ମନୋନିତ ହେବା ଅତ୍ୟନ୍ତ ହାସ୍ୟସ୍ପଦ ଓ ନିନ୍ଦନୀୟ । ଶ୍ରମିକ କର୍ମଚାରୀ ନିଜ ଦାବୀ ଓ ଅଧିକାର ପାଇଁ
ଲଢ଼େଇକୁ ବିଭ୍ରାନ୍ତ କରିବା ପାଇଁ ଏ ପ୍ରକାର ଆତ୍ମଘୋଷିତ ସଭାପତି ସମ୍ବାଦ ସଂପୂର୍ଣ୍ଣ ଭିତିହିନ, କଳ୍ପୋକଳ୍ପିତ ଓ ମିଥ୍ୟା ଅପପ୍ରଚାର । ସଂପ୍ରତି
ଦେଶରେ ଶ୍ରମିକ କର୍ମଚାରୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୪୪ ଟି ଶ୍ରମ ଆଇନକୁ ବାତିଲ କରି ୪ ଟି ଲେବର
କୋର୍ଡ଼ରେ ପରିଣତ କରିବା, ଦେଶର ମେରୁଦଣ୍ଡ କୃଷକ ମାନଙ୍କ ଉପରେ ୩ଟି କଳା ଆଇନ ପ୍ରଣୟନ କରିବାର ପ୍ରୟାସକୁ ବିରୋଧ କରି
ଦେଶର ସମସ୍ତ ୧୪ଟି ଶ୍ରମିକ ସଂଗଠନ ଓ ସ୍ୱାଧିନ ଫେଡ଼େରେସନମାନେ ରାଷ୍ଟ୍ରୀୟ ମଜଦୁର କଂଗେସ ଜାତୀୟ ସଭାପତି ଡଃ ସଂଜୀବା
ରେଡ୍ଡିଙ୍କ ନେତୃତ୍ୱରେ ନିରବିଚ୍ଛିନ୍ନ ଭାବରେ ସଂଗ୍ରାମ କରୁଛନ୍ତି । ଅନୁରୁପ ଭାବେ ଆମ ଓଡ଼ିଶା ରାଜ୍ୟର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ
ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆଙ୍କ ନେତୃତ୍ୱରେ ସଂଗ୍ରାମ ଜାରୀ ରଖିଛନ୍ତି । ଅତ୍ୟନ୍ତ ଦଃଖ ଓ ପରିତାପର
ବିଷୟ ଏଭଳି ଘଡ଼ି ସନ୍ଧି ମୁହୂର୍ତରେ ଏକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠି ଜଣେ ଅନାମଧନ୍ୟ ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି
ଭାବେ ଘୋଷଣା କରିବା ସମ୍ବାଦ ଗତ ତା. ୨୧.୦୨.୨୦୨୧ ରିଖରେ ଦୈନିକ ସମ୍ବାଦ ପତ୍ର ‘ପ୍ରମୟେ’ରେ ପ୍ରକାଶ ପାଇଥିବାକୁ ରାଜ୍ୟ
ଆଇ.ଏନ୍‌.ଟି.ୟୁ.ସିର ସଦସ୍ୟମାନେ ନିନ୍ଦାକରିଛନ୍ତି । ଏହି ପରିପ୍ରେକ୍ଷିରେ ଆଇ.ଏନ୍‌.ଟି.ୟୁ.ସି ସହିତ ଅନୁବନ୍ଧିତ ସମସ୍ତ ସଭ୍ୟ ଓ
ସଂଗଠନମାନଙ୍କୁ ଏଭଳି କଳ୍ପକଳ୍ପିତ ସମ୍ବାଦକୁ ଗୁରୁତ୍ୱ ନ ଦେବାକୁ ରାଜ୍ୟ ଆଇ.ଏନ୍‌.ଟି.ୟୁ.ସିର କର୍ମକର୍ତାମାନେ ଅନୁରୋଧ କରିଛନ୍ତି ।
ଆଇ.ଏନ୍‌.ଟି.ୟ.ସି. ମଧ୍ୟ ଦେଶରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ କର୍ମଚାରୀମାନଙ୍କ ପାଇଁ ଅନବରତ କାର୍ଯ୍ୟକରିଆସୁଛନ୍ତି । ତେଣୁ
ଏ ପ୍ରକାର ବିଭ୍ରାନ୍ତିକର ସମ୍ବାଦ ସେମାନଙ୍କ ନ୍ୟସ୍ତ ସ୍ୱାର୍ଥରେ ବାଧା ଦେବା ଏକ ନିଶ୍ଚଳ ସତକଥା । ତେଣୁ ବିଭିନ୍ନ ଗଣମାଧ୍ୟମ ଯଥା ପ୍ରିଂଟି ମେଡ଼ିଆ
ଓ ଇଲୋକ୍‌ଟ୍ରନିକ ମେଡ଼ିଆ କର୍ମଚାରୀମାନଙ୍କୁ ଏଭଳି ଭିତିହିନ ସମ୍ବାଦ ପରିବେଷଣ ନ କରିବା ପାଇଁ ଆମେ ବିନମ୍ର ଅନୁରୋଧ କରୁଛୁ ।
ଉକ୍ତ ସମ୍ବାଦକୁ ପ୍ରକାଶ କରିବା ପାଇଁ ଆଇ.ଏନ୍‌.ଟି.ୟୁ.ସିର ସାଧାରଣ ସଂପାଦକ – କିଶୋର ଜେନା, ଉପସଭାପତି – ମଦନ
ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, ସନ୍ଧ୍ୟା ମହାପାତ୍ର, କୋଷାଧ୍ୟକ୍ଷ – ଧରଣୀଧର ସ୍ୱାଇଁ, ଯୁବଶାଖାର ସଭାପତି –
ସତ୍ୟବ୍ରତ ନାୟକ, ମହିଳା ଶାଖା ସଭାନେତ୍ରୀ – ଶ୍ରୀମତୀ ପ୍ରଣତୀ ମିଶ୍ର, ଅକ୍ଷୟ ତ୍ରିପାଠୀ, ସୁକୁମାର ଦେଇ, ପ୍ରଦିପ୍ତ ଦାସ, ପରେଶ ଜେନା, ନିର୍ମଳ
ସାମଲ, ସରୋଜ ଦାସ, ସତ୍ୟାନନ୍ଦ ସାହୁ , ସିଲି ସେଠୀ, ଜୟକୃଷ୍ଣ ମାଲିଆ ତଥା ଅନେକ କାର୍ଯ୍ୟକାରୀ କମିଟି ସଦସ୍ୟ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking