32.1 C
Bhubaneswar
Monday, May 20, 2024
Homeବଲିଉଡବିବାହ ବନ୍ଧନରେ ବାନ୍ଧି ହେବେ କ୍ରିତି ଏବଂ ପୁଲକିତ

ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିତି ଏବଂ ପୁଲକିତ

ମୁମ୍ବାଇ : ବି-ଟାଉନରେ ପୁଣି ବାଜିବ ସାହାନାଇ । ରକୁଲ ପ୍ରୀତ ଏବଂ ଜ୍ୟାକି ଭଗ୍ନାନୀଙ୍କ ପରେ ବର୍ତ୍ତମାନ ବଲିଉଡର ଆଉ ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ କପଲ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଧା । ମାର୍ଚ୍ଚ ୧୫ରେ ଉଭୟ ବିବାହ କରିବାକୁ ଥିବା ବେଳେ ଉଭୟଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଛି । କାଲିଠୁ ଏହି କପଲଙ୍କ ବିବାହ ଉତ୍ସବ ସମାରୋହ ଆରମ୍ଭ ହେବ । ପୁଲକିତ ଏବଂ କ୍ରିତିଙ୍କ ବିବାହ ନୂଆଦିଲ୍ଲୀରେ ହେବାକୁ ଥିବାବେଳେ ଅଭିନେତା ସୋମବାର ଦିଲ୍ଲୀ ସ୍ଥିତ ଘରେ ପହଞ୍ଚିଥିଲେ । ବର୍ତ୍ତମାନ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅଭିନେତାଙ୍କ ଘରର ଆଲୋକମାଳାରେ ଝଲସୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସୂଚନା ଅନୁସାରେ, ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୩ରୁ ଉଭୟଙ୍କ ବିବାହ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଯାହା ୪ ଦିନ ଧରି ଅର୍ଥାତ୍ ମାର୍ଚ୍ଚ ୧୬ ଯାଏଁ ଚାଲିବ ବୋଲି ଜଣାପଡିଛି । ଏହି ଦମ୍ପତି ଦିଲ୍ଲୀ ନିକଟସ୍ଥ ମାନସର ଏକ ଗ୍ରାଣ୍ଡ ରିସର୍ଟରେ ବିବାହ କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking