30.2 C
Bhubaneswar
Friday, June 19, 2026
Homeଓଡିଶାକୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କ ପରଲୋକ

କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କ ପରଲୋକ

ଗଞ୍ଜାମ: ପଦ୍ମଶ୍ରୀ କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କର ୧୦୮ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି।  ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ୍ ଗୋବିନ୍ଦପୁରସ୍ଥିତ ବାସଭବନରେ ସକାଳ ପ୍ରାୟ ୬ଟା ୪୦ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ପୂର୍ବରୁ ସେ ଭୁବନେଶ୍ୱର  ଏମ୍ସ ରେ ଚିକିତ୍ସାଧୀନ ଥିଲେ। ତେବେ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା।  ରାଜ୍ୟର ଲୋକପ୍ରିୟ ଲୋକନୃତ୍ୟ କୃଷ୍ଣ ଲୀଳାର ଗାୟକ ଭାବେ ଗୋପୀନାଥ ସ୍ବାଇଁ  ନଅ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ ଜାରି ରଖିଥିଲେ।ସେ  ତାଙ୍କ ମାମୁଁଙ୍କଠାରୁ ୧୦ ବର୍ଷ ବୟସରେ କୃଷ୍ଣଲୀଳା ଶିଖିବା ଆରମ୍ଭ କରିଥିଲେ। ସେ ଗାଁରେ ଏକ ପାରମ୍ପରିକ ନୃତ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଏବଂ ଗାଁର ଯୁବବର୍ଗମାନଙ୍କୁ ତାଙ୍କର ଜ୍ଞାନ ପ୍ରଦାନ କରିବା ଜାରି ରଖିଥିଲେ।କୃଷ୍ଣ ଲୀଳାର ସୁରକ୍ଷା ତଥା ପ୍ରଚାର ଏବଂ ପ୍ରସାର ପାଇଁ ତାଙ୍କର ଜୀବନବ୍ୟାପୀ ଅପାର ଅବଦାନ ଲାଗି, ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ୨୦୨୪ରେ ସମ୍ମାନିତ କରାଯାଇଥିଲା। ଓଡ଼ିଶା ସରକାର ତାଙ୍କୁ ୨୦୧୯ରେ ପୀଠ ସମ୍ମାନ ପ୍ରମାଣପତ୍ର ଏବଂ ୨୦୨୧ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking