20.1 C
Bhubaneswar
Thursday, January 23, 2025
Homeଓଡିଶାଆନ୍ଧ୍ର ମ୍ୟାପ୍‌ରେ କୋଟିଆ: ନୂଆ ଚାଲ୍ ଖେଳିଲା ଆନ୍ଧ୍ରପ୍ରଦେଶ

ଆନ୍ଧ୍ର ମ୍ୟାପ୍‌ରେ କୋଟିଆ: ନୂଆ ଚାଲ୍ ଖେଳିଲା ଆନ୍ଧ୍ରପ୍ରଦେଶ

କୋରାପୁଟ : କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍ । ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି । ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି । ଆଜି ବିଧିବଦ୍ଧ ଭାବେ ନୂଆ ୧୩ଟି ଜିଲ୍ଲା ଗଠନ କରାଯାଇଛି । ଫଳରେ ଏବେ ଆନ୍ଧ୍ରରେ ମୋଟ୍ ୨୬ ଜିଲ୍ଲା ହୋଇଛି । ଏଥିରେ ନୂତନ ଜିଲ୍ଲା ଭାବେ ‘ମାନ୍ୟମ୍‌’କୁ ସ୍ଥାନ ଦିଆଯାଇଛି । ଆଉ ଏହି ମାନ୍ୟମ୍ ଜିଲ୍ଲାରେ ସାମିଲ ହୋଇଛି କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ା । କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର । ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍ ଖେଳିଛି ଆନ୍ଧ୍ର । ତେଲୁଗୁରେ ମାନ୍ୟମ୍‌ର ଅର୍ଥ ପଛୁଆ ଅଞ୍ଚଳ । କୋଟିଆକୁ ପଛୁଆ ଅଞ୍ଚଳ ଦର୍ଶାଇ ନିଜ ମ୍ୟାପ୍‌ରେ ସ୍ଥାନ ଦେଇଛି ଆନ୍ଧ୍ର । ପୂର୍ବରୁ ବିଜୟନଗରମ୍ ଜିଲ୍ଲା ବେଳେ କୋଟିଆରୁ ହେଡ୍‌କ୍ୱାର୍ଟର୍ସର ଦୂରତା ୯୦ କିଲୋମିଟର ଥିଲା । ଏବେ ମାନ୍ୟମ୍ ହେବା ପରେ ପାର୍ବତୀପୁରମ୍ ଏହାର ହେଡ୍‌କ୍ୱାର୍ଟର୍ସ ହେବ । ଫଳରେ କୋଟିଆରୁ ଏହାର ଦୂରତା ୬୦ କିଲୋମିଟରକୁ କମି ଆସିବ । ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ଯେପରି ଓଡ଼ିଶା ସୀମାବର୍ତ୍ତି ଅଞ୍ଚଳକୁ ପହଞ୍ଚା ଯାଇ ପାରିବ ସେଥିପାଇଁ ଆନ୍ଧ୍ର ଏପରି କରିଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking