40.1 C
Bhubaneswar
Thursday, April 25, 2024
Homeଓଡିଶାଗୁମ୍ଫା ଭିତରେ ପଶିଲେ ଅବକାରୀ ବିଭାଗ କର୍ମଚାରୀ

ଗୁମ୍ଫା ଭିତରେ ପଶିଲେ ଅବକାରୀ ବିଭାଗ କର୍ମଚାରୀ

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡା ଅବକାରୀ ବିଭାଗ ଅଧିକ୍ଷକ ନିର୍ଦ୍ଦେଶକ୍ରମେ ଘନ ଘନ ଚଢ଼ାଉ ଜାରି ରଖିଛନ୍ତି। ବ୍ଲକର ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ବନବେଡା ପାହାଡକୁ ଲାଗି ବହୁଥିବା ଝରଣା କୁଳରେ ମଦ ରନ୍ଧା ହେଉଥିବା ବେଳେ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ପୋଚ ଜବତ କରିବା ସହ ନଷ୍ଟ କରାଯାଇଥିବା ଦେଖିବାକୁ ମିଲିଛି । ରନ୍ଧା ମଦକୁ ପାହାଡ଼ର ଏକ ଗୁମ୍ଫାରେ ଲୁଚେଇ ରଖୁଥିଲେ ଯାହାର କି ନଜରକୁ ଆସୁନଥିଲା କିନ୍ତୁ ବିଭାଗୀୟ କର୍ମଚାରୀମାନେ ଗୁମ୍ଫାରେ ପଷି ରନ୍ଧା ମଦକୁ ସମ୍ପୂର୍ଣ୍ଣ ନଷ୍ଟ କରିଥିବା ଦେଖିବାକୁ ମିଲିଛି । ସେହିପରି କୁନ୍ଦୁରା ବ୍ଲକ ଅନ୍ତର୍ଗତ ହାଟଖୁଡୁପି ଠାରେ ମଟରସାଇକେଲ ସହ ୧୫୦ ପ୍ୟାକେଟ ମଦ ଜବତ କରିବା ସହ ଅଭିଯୁକ୍ତ ଜଗନ୍ନାଥ ହରିଜନକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ଜଣକ ମଟରସାଇକେଲ ଯୋଗେ ହାଟଖୁଡୁପି ଠାରୁ ବୈପାରିଗୁଡା ଚାଲାଣ କରୁଥିବା ଏକ ହିରୋ ହଣ୍ଡା ଡିଲେକ୍ସ ଗାଡ଼ିକୁ ଧରିବା ଅବକାରୀ ଆଇଆଇସି ବିମ୍ବାଧର ପଣ୍ଡା ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ଓଆଇସି ଏସ୍.କେ.ପାଉଲେ,ଏଏସ୍ଆଇ ରଶ୍ମି ରଞ୍ଜନ ନାୟକ,ମୋନଜ ପ୍ରଧାନ, ସରୋଜ ବେହେରା, ସତ୍ୟମ୍ ଶୁଭମ୍ ପାତ୍ର ଏବଂ ହୀରାମଣି ଭତ୍ରା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking