29.1 C
Bhubaneswar
Saturday, April 20, 2024
Homeଓଡିଶାଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କାଠ ଜବତ

ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କାଠ ଜବତ

ମାଲକାନାଗିରି : ମାଲକାନାଗିରି ଜିଲ୍ଲା ଏମଭି-୭୯ ବନବିଭାଗ ପକ୍ଷରୁ ମାନ୍ୟମକୋଣ୍ଡା ଅଂଚଳରୁ ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି ଓ ପଟା ଜବତ କରାଯାଇଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ମାନକୁଣ୍ଡ ପଂଚାୟତର କୋୟାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଛ କାଟି ପଟ୍ଟା ତିଆରି କରାଯାଉଥିବା ସୂଚନା ପାଇଥିଲେ। ଏହାପରେ ଏମଭି-୭୯ ରେଞ୍ଜର ବଳରାମ ନାୟକଙ୍କ ନେତୃତ୍ବରେ ଫରେଷ୍ଟର ସୁମିତ ବିଶ୍ବାସ, ବଳରାମ ପାଣିଗ୍ରାହୀ, ଶିବଜିତ ମଣ୍ଡଲ, ଟୁକୁନା ବାରୋଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ଏହି ଅଞ୍ଛଲରେ ଚଡାଉ କରାଯାଇ ୧୩ଟି କାଠ ଗଣ୍ଡି ଓ ୧୦ଟି ପଟା ଜବତ କରାଯାଇଥିଲା । ତେବେ ପୂର୍ବରୁ ସୂଚନା ପାଇ କାଠ କାଟୁଥିବା ଲୋକମାନେ ସେହି ଜାଗା ଛାଡିଦେଇ ଥିବାରୁ କାହାକୁ ଗିରଫ କରାଯାଇ ପାରି ନଥିବା କୁହାଯାଇଛି। ସକାଳେ ଏହି କାଠ ଗୁଡିକୁ ଏକ ଟ୍ରାକ୍ଟର ଯୋଗେ ଏମଭି-୭୯ ରେଞ୍ଜ୍ କର୍ଜ୍ୟାଳୟକୁ ଅଣାଯାଇଥିଲା। ଏହାର ଆନୁମାନିକ ମୂଲ୍ଯ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଘଞ୍ଛ ଜଙ୍ଗଲ ମଧ୍ୟରେ ବନବିଭାଗର ଅଚାନକ ଚଢାଉ କରି କାଠ ଜବତ ଘଟଣା କାଠ ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା ବେଳେ ଆଗାମୀ ଦିନରେ ଏହି ଘଟଣାରେ ଜଡିତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking