29.1 C
Bhubaneswar
Friday, May 17, 2024
Homeଖେଳଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

ନୂଆଦିଲ୍ଲୀ : ଭାରତର କିମ୍ବଦନ୍ତୀ ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୮ ଅଗଷ୍ଟ ୧୮ରେ ଡାମ୍ବୁଲାରେ କୋହଲି ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏଥିରେ ସେ ୨୨ଟି ବଲରୁ ମାତ୍ର ୧୨ରନ କରି ଆଉଟ୍‌ ହୋଇଥିଲେ। ଅନ୍ତର୍ଜାତୀୟସ୍ତରରେ ପ୍ରଥମ କିଛି ମ୍ୟାଚରେ କୋହଲି ଭଲ ପ୍ରଦର୍ଶନ କରିପାରିନଥିଲେ। ଧିରେଧିରେ କୋହଲି ଦଳରେ ନିଜର ସ୍ଥିତିକୁ ଦୃଢ କରିଥିଲେ। ୨୦୧୧ ଭାରତରେ ଆୟୋଜିତ ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ଚମ୍ପିଆନ ହୋଇଥିବାବେଳେ କୋହଲି ଭଲ ପ୍ରଦର୍ଶନ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଥିବା କୋହଲିଙ୍କ ଉଦ୍ଦେଶ୍ୟରେ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅନେକ ଫଟୋ ପୋଷ୍ଟ କରିଛି। ଫ୍ରାଞ୍ଚାଇଜ୍‌ ପକ୍ଷରୁ କୋହଲିଙ୍କ ପିଲାଦିନରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଫଟୋକୁ ପୋଷ୍ଟ କରିଛି। ଯାହାକୁ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି। କୋହଲି ୧୫ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ୧୧୧ଟି ଟେଷ୍ଟ ମ୍ୟାଚ ଖେଳି ୨୯ଟି ଶତକ ଓ ୨୯ଟି ଅର୍ଦ୍ଧଶତକ ସହ ୮୬୭୬ରନ କରିଛନ୍ତି। ସେହିପରି ୨୭୫ଟି ଦିନିକିଆ ମ୍ୟାଚ ଖେଳି ୪୬ଟି ଶତକ ଓ ୬୫ଟି ଅର୍ଦ୍ଧଶତକ ସହ ୧୨,୮୯୮ରନ , ୧୧୫ଟି ଟ୍ବେଣ୍ଟି୨୦ରୁ ୧ଟି ଶତକ ଓ ୩୭ଟି ଅର୍ଦ୍ଧଶତକ ସହ ୪୦୦୮ରନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking