25.8 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟରେ କୋହଲା ପାଗକୁ ଝିପିଝିପି ବର୍ଷା

ରାଜ୍ୟରେ କୋହଲା ପାଗକୁ ଝିପିଝିପି ବର୍ଷା

ଭୁବନେଶ୍ବର : ସାରା ରାଜ୍ୟରେ ଲାଗିରହିଛି କୋହଲା ପାଗ । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା । ଓଡ଼ିଶାର ସବୁଠି ଏଭଳି ପାଗ ଜାରି ରହିଛି । ଆସନ୍ତା ୨୯ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏକ ନିମ୍ନଚାପରେଖା ଛତିଶଗଡରୁ ବାହାରି କର୍ଣ୍ଣାଟକ ପର୍ୟ୍ୟନ୍ତ ଲମ୍ବିଛି । ଏହାସହ ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା ବାୟୁ ପ୍ରବାହ ସାଙ୍ଗକୁ ନିମ୍ନ ଚାପରେଖା ସକ୍ରିୟ ରହିଛି । ଦୁଇଟି ନିମ୍ନଚାପରେଖା ପ୍ରଭାବରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ କାଲି ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ଷା ପ୍ରଭାବରେ ତାତିରେ ବ୍ରେକ୍ ଲାଗିବା ସହ ସ୍ବାଭାବିକ ଠାରୁ ୭ ରୁ ୮ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ୨୯ ତାରିଖ ପର୍ୟ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ୨୯ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking