27.1 C
Bhubaneswar
Saturday, July 27, 2024
Homeଓଡିଶାବୀରମହରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର

ବୀରମହରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଘୋଷଣା କରୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶନିବାର ରାଜ୍ୟରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିଲେ । ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଚାରିଟି  ଜିଲ୍ଲାର  ପାଞ୍ଚଟି  ଏନଏସିକୁ  ମ୍ୟୁନିସିପାଲିଟିକୁ  ଉନ୍ନୀତ କରିଥଲେ। ଏହାରି ମଧ୍ୟରେ  ରବିବାର ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁରର ଜିଲ୍ଲାର ବୀରମହରାଜପୁରକୁ ମଧ୍ୟ ଏନଏସି ଘୋଷଣା କରିଛନ୍ତି। ଆଉ ଏହା ସହ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୩୫ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୁରଭଞ୍ଜର କରଞ୍ଜିଆ, ବଲାଙ୍ଗିରର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ  ଆସ୍କା ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି । ୫ଞ ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ   ପ୍ରସ୍ତାବ ଏବଂ ବିକାଶର  ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି  ନେଇଛନ୍ତି ।
ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହରାଜପୁରକୁ ଏନଏସି ଘୋଷଣା କରାଯାଇଥିବାବେଳେ। ନୂଆ କରି ଘୋଷଣା କରଯାଇଥିବା ଅନ୍ୟ ୩୪ ଏନଏସି ହେଉଛନ୍ତି ଯଥାକ୍ରମେ, ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା। ସେହିଭଳି ନୂଆପଡ଼ା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking