29.1 C
Bhubaneswar
Saturday, July 27, 2024
Homeଓଡିଶା୨୭ରେ ବାରବାଟୀ ଆସିବେ ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର

୨୭ରେ ବାରବାଟୀ ଆସିବେ ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର

କଟକ: ଆସନ୍ତା ୨୭ ତାରିଖରେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ୩୦ ଜିଲା ପାଇଁ ୪୧ଟି କ୍ରିକେଟ୍‌ ଏକାଡେମୀକୁ ମଧ୍ୟ ସେ ଉଦ୍‌ଘାଟନ କରିବେ। ଏହି ଅବସରରେ ୨୭ ତାରିଖ ଅପରାହ୍ନ ୪ଟାରୁ ରାତି ୯ଟା ପର୍ୟ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ। ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର ଓ ଗ୍ରୁପ ସଙ୍ଗୀତ ପରିବେଷଣ କରିବେ। ସେହିପରି ଓଡ଼ିଶାର କଳାକାରଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ବିସିସିଆଇ ସଭାପତି ଜୟ ସାହାଙ୍କ ସମେତ ଭାରତର ପ୍ରତିଷ୍ଠିତ କ୍ରିକେଟ୍‌ ଖେଳାଳିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ୟ୍ୟକ୍ରମ ପାଇଁ ବାରବାଟୀ ଷ୍ଟାଡିୟମରେ ବିଶାଳ ମଞ୍ଚ ପ୍ରତିଷ୍ଠା କରାଯାଉଛି। ବିଶେଷକରି ପଡିଆ ଭିତରେ ୫୦୦୦ ଓ ୧, ୨, ୬ନଂ. ଗ୍ୟାଲେରିରେ ୧୫,୦୦୦ ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଉଛି। ବିନା ମୂଲ୍ୟରେ ଦର୍ଶକମାନେ ଷ୍ଟାଡିୟମରେ ଏହି କାର୍ୟ୍ୟକ୍ରମକୁ ଉପଭୋଗ କରିପାରିବେ ବୋଲି ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking