ନୂଆଦିଲ୍ଲୀ: କୁହନ୍ତି ମନରେ ବିଶାଦ ଥିଲେ କିଛି ମିଠା ଖାଇଲେ ମନକୁ ଭଲ ଲାଗିଥାଏ। କିଛି କିଛି ଲୋକେ କୁହନ୍ତି ଚକୋଲେଟ୍ ବିନା ବଞ୍ଚିବା କଷ୍ଟକର । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଚକୋଲେଟକୁ ପସନ୍ଦ କରନ୍ତି। ଏହାକୁ ଦେଖିଲା ମାନେ ଲୋକଙ୍କ ମୁହଁରେ ହସ ଆସିଯାଏ। ଚକୋଲେଟ୍ ମଧ୍ୟ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରେ। ତେଣୁ ଏଥି ପାଇଁ ଜୁଲାଇ ୭ ତାରିଖକୁ ବିଶ୍ୱ ଚକୋଲେଟ୍ ଦିବସ ରୁପେ ପାଳନ କରାଯାଏ।
ଚକୋଲେଟର ପ୍ରକୃତ ଉତ୍ପତ୍ତି ଚିହ୍ନିବା କଷ୍ଟକର କିନ୍ତୁ ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ଯେ ଏହାର ପ୍ରାୟ ୨ହଜାର ବର୍ଷ କିମ୍ବା ତା’ଠାରୁ ଅଧିକ ଇତିହାସ ରହିଛି। ଚକୋଲେଟ୍ ଶବ୍ଦଟି ଆଜ୍ଟେକ୍ ଶବ୍ଦ “xocoatl” ରୁ ଉତ୍ପନ୍ନ ହୋଇଥିଲା, ଯାହା କୋକୋ ରୁ ଉତ୍ପନ୍ନ ତିକ୍ତ ପାନୀୟକୁ ସୂଚାଇଥାଏ। ବର୍ତ୍ତମାନର ମେକ୍ସିକୋବାସୀ ମାନେ କୋକୋ ବିନ୍ସକୁ “ଭଗବାନଙ୍କ ଖାଦ୍ୟ” ଭାବରେ ମଧ୍ୟ ଗ୍ରହଣ କରନ୍ତି। ତେବେ ଚକୋଲେଟ
ଚକୋଲେଖାଇବା ଦ୍ବାରା ଚିନ୍ତା ଦୂର ହୋଇଥାଏ।
ଏହା ଆମ ଶରୀରରେ ଓଜନସ୍ତରକୁ ମଧ୍ୟ ନିୟନ୍ତ୍ରଣ ରଖିବାରେ ସାହାର୍ଯ୍ୟ କରେ। ବହୁ ଲୋକଙ୍କର ଭ୍ରମଥାଏ ଯେ ଚକୋଲେଟ ଖାଇବା ଦ୍ବାରା ଲୋକଙ୍କର ଓଜନ ବୃଦ୍ଧି ପାଇଥାଏ। କିନ୍ତୁ ଏହା ସତ ନୁହେଁ କାରଣ ଡାର୍କ ଚକୋଲେଟ ଖାଇବା ଦ୍ବାରା ଏହା ଶରୀରରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
ଚକୋଲେଟ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ। ଉର୍ଦ୍ଧ ରକଚାପ ହେଉକି ନିମ୍ନ ରକ୍ତ ଚାପ ଚକୋଲେଟ ଖାଇବା ଦ୍ବାରା ଏଥିରେ ନିୟନ୍ତ୍ରଣ ଆସିଥାଏ। ଚକୋଲେଟ ଶରୀରରେ ସତେଜତା ପ୍ରଦାନ କରିବାରେ ମଧ୍ୟ ସହାୟକ।ଏଥିରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡେନ୍ଟ ଥାଏ ଯାହାକି ଶରୀର ପାଇଁ ଲାଭପ୍ରଦ।
କହିବାକୁ ଗଲେ ପ୍ରତ୍ୟେକ ଜିନିଷର କିଛି ନା କିଛି ଉପକାର ଏବଂ ଅପକାର ରହିଛି। ଯଦି ଏହାକୁ ସଠିକ ଭାବରେ ଏବଂ ସଠିକ ପରିମାଣରେ ଗ୍ରହଣ କରାଯାଏ ତେବେ ଏହା ଶରୀର ପାଇଁ ଲାଭପ୍ରଦ ହୋଇଥାଏ।