29.1 C
Bhubaneswar
Tuesday, May 6, 2025
Homeଓଡିଶା୨୦୨୦ରେ ଓଡିଶାର ଭବିଷ୍ୟବାଣୀ

୨୦୨୦ରେ ଓଡିଶାର ଭବିଷ୍ୟବାଣୀ

ଭୁବନେଶ୍ୱର: ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷ ୨୦୨୦କୁ ମନଖୋଲି ସ୍ୱାଗତ କରିଛନ୍ତି ସମସ୍ତେ । ଆଉ ବଦଳି ଯାଇଛି କ୍ୟାଲେଣ୍ଡର୍ । କିଏ ଜିରୋ ନାଇଟ୍ ସେଲେବ୍ରେସନ୍ କରି ତ ଆଉ କିଏ କେକ୍ କାଟି ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ଏସବୁ ଭିତରେ ଚଳିତ ବର୍ଷ କାହା ପାଇଁ କେମିତି କଟିବ ଓ ରାଜ୍ୟରେ କ’ଣ ସବୁ ଘଟିବାର ଆଶଙ୍କା ରହିଛି ଏନେଇ ଜ୍ୟୋର୍ତିବିଦମାନେ ଆକଳନ କରିଛନ୍ତି ।
ଜାଣନ୍ତୁ ଜ୍ୟୋର୍ତିବିଦମାନେ ଆକଳନ କରିଥିବା ସମ୍ବନ୍ଧରେ । ସେଥିମଧ୍ୟରୁ ସବୁଠାରୁ ବଡକଥା ହେଉଛି ୨୦୨୦ ଓଡିଶା ପାଇଁ ଆଣିବ ବାତ୍ୟା ଏବଂ ଭୂ କମ୍ପ ବୋଲି ଜ୍ୟୋର୍ତିବିଦ ମାନେ କହିଛନ୍ତି ।
ନୂତନ ବର୍ଷରେ ଓଡିଶାରେ ନୂତନ ପରିବର୍ତ୍ତନ ପରିଲକ୍ଷିତ ହେବ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି , ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଯଥେଷ୍ଟ ଅଗ୍ରଗତି କରିବ । ନିତ୍ୟ ବ୍ୟବହାର‌୍ୟ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେତୁ ଜନ ଅସନ୍ତୋଷ ବଢ଼ିବ । ସେହିପରି ଚୋରି, ଡକାୟତି କମିବ କିନ୍ତୁ ରାଜହାନୀ କାୟା ବିସ୍ତାର କରିବ । ଖଣି ଖାଦାନକୁ ନେଇ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ତିକ୍ତତା ଲାଗି ରହିବ । ଓଡ଼ିଶାରେ ୨ୟ ଥର ମୃଦୁ ଭୂମିକମ୍ପ, ଜୁନ୍ ଓ ଜୁଲାଇ ମାସରେ ୪ରୁ ୫ଟି ଲଘୁଚାପ ବାତ୍ୟା ରୂପ ନେବାର ଆଶଙ୍କା ରହିଛି । ରାଜ୍ୟ ସରକାର ରାଜ୍ୟରେ ଚିକିତ୍ସା ଓ ପୁଲିସ୍ ସେବା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିବେ । ସରକାର ନୂତନ କଳକାରାଖାନା ପ୍ରତିଷ୍ଠାର ଚେଷ୍ଟା କଲେ ମଧ୍ୟ ସେତେଟା ସଫଳତା ମିଳିବ ନାହିଁ । ନିଯୁକ୍ତି କ୍ଷେତ୍ରରେ ସମସ୍ୟା ଆସିବ । ଯଦି କୃଷି କ୍ଷେତ୍ରକୁ ବିଚାର କରିବେ ଧାନ ଚାଷ ଅପେକ୍ଷା ତୈଳ ଜାତୀୟ ଚାଷ, ଡାଲି ଜାତୀୟ ଚାଷ ତଥା ରବି ଜାତୀୟ ଫସଲରେ କୃଷକର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking