28.1 C
Bhubaneswar
Thursday, May 2, 2024
Homeଅପରାଧଅପହୃତା ନାବାଳିକାର ଉଦ୍ଧାର ପାଇଁ ଏସପିଙ୍କୁ ଗୁହାରି

ଅପହୃତା ନାବାଳିକାର ଉଦ୍ଧାର ପାଇଁ ଏସପିଙ୍କୁ ଗୁହାରି

ଭଦ୍ରକ : ଦୀର୍ଘ ୬ ଦିନ ଧରି ଜଣେ ନାବାଳିକା ଅପହୃତା ହୋଇଥିଲେ ମଧ୍ୟ ପୁଲିସ ଅପହୃତା ନାବାଳିକାଙ୍କୁ ଖୋଜିବାରେ ଅବହେଳା କରୁଥିବା ଅଭିଯୋଗ କରି ମଙ୍ଗଳବାର ନାବାଳିକାଙ୍କ ବାପା ଓ ମାଆ ଜିଲ୍ଲା ଏସପିଙ୍କୁ ଭେଟିବାକୁ ଆସି ଅତିରିକ୍ତ ଏସପିଙ୍କୁ ଭେଟି ଗୁହାରି ଜଣାଇଛନ୍ତି । ଭଦ୍ରକ ଜିଲ୍ଲା ନାୟକାଣଡିହି ଥାନା ଅନ୍ତର୍ଗତ କିସ୍ମତକୃଷ୍ଣପୁର ଗ୍ରାମର ନକୁଳ ବାରିକଙ୍କ ନାବାଳିକା କନ୍ୟା ଗତ ୨୫ ତାରିଖରୁ ନିଖୋଜ ହୋଇଯାଇଛନ୍ତି । ଘରୁ ଟିଉସନ ଯାଇ ନାବାଳିକା ଜଣଙ୍କ ଘରକୁ ଆଉ ଫେରି ନାହାନ୍ତି । ଏ ନେଇ ଗତ ୨୬ ତାରିଖରେ ନାୟକାଣିଡିହି ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରିଥିଲେ । ମାତ୍ର ପୁଲିସ ଏକ ଅପହରଣ ମାମଲା ରୁଜୁକରି ଚୁପ୍ ହୋଇ ବସିରହିଛି । ଏହି ଥାନା ଅନ୍ତର୍ଗତ ମାଟିପକା ରାମଚନ୍ଦ୍ରପୁର ଗ୍ରାମର ରାମଚନ୍ଦ୍ର ମହାକୁଡ଼ଙ୍କୁ ନାବାଳିକାଙ୍କ ବାପା ଝିଅର ଅପହରଣ ବିଷୟରେ ପଚାରିବାରୁ ଏ ନେଇ ଗାଳିଗୁଲଜ ସହ ମାଡ଼ ମାରିବାକୁ ଉଦ୍ୟତ ହୋଇଥିଲେ । ତେବେ ଏ ସଂକ୍ରାନ୍ତରେ ନାୟକାଣିଡିହି ଥାନାରେ ଅଭିଯୋଗ କରିବାକୁ ଯିବାରୁ ପୁଲିସ ଅଭିଯୋଗ ଗ୍ରହଣ କରି ନ ଥିଲା । ତେବେ ଝିଅ ଅପହୃତ ହେବାର ୬ ଦିନ ବିତିଥିଲେ ବି ପୁଲିସ ଜାଣିଶୁଣି କୌଣସି ପଦକ୍ଷେପ ନେଉନାହିଁ । ତୁରନ୍ତ ପୁଲିସ ପଦକ୍ଷେପ ଗ୍ରହଣ ନ କଲେ ପରିିବାର ଲୋକ ଏସ୍‌ପିଙ୍କ ଅଫିସ ଆଗରେ ଧାରଣାରେ ବସିବେ ବୋଲି ନାବାଳିକାଙ୍କ ବାପା ନକୁଳ ବାରିକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking